ମୁଖ୍ୟମନ୍ତ୍ରୀଙ୍କ ୭୩ ବର୍ଷରେ ପଦାର୍ପଣ ସ୍ମାରକୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ – ୧୧୭୩ ୟୁନିଟ୍ ରକ୍ତ ସଂଗୃହିତ

ଭୁବନେଶ୍ୱର (ଆକାଶ ମିଶ୍ର): କ୍ରମାଗତ ଭାବେ ରାଜ୍ୟର ବିକାଶ ଘଟାଇ ଓଡ଼ିଶାବାସୀଙ୍କ ଭରସାର ଆଶାବାଡ଼ି ପାଲଟିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୩ ବର୍ଷରେ ପଦାର୍ପଣ ସ୍ମାରକୀ ଦିବସରେ ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ନିମାପଡ଼ା, ବ୍ରହ୍ମପୁର, କୁଚିଣ୍ଡା, ଅନୁଗୁଳ, ବୌଦ୍ଧ, ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼, ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ  ୧୧୭୩ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଦଳର ଆଇଟି ସେଲ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ତଥା ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ (ପ୍ରୋଗ୍ରାମ ଓ ମିଡିଆ) ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମୁଖପାତ୍ର ସୁଲୋଚନା ଦାସ, ପାନେଲିଷ୍ଟ ସୁଲତା ଦେଓ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଉପ-ସଭାପତି ମନ୍ଦାକିନୀ କର, ଦୁର୍ଗା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ସାଧାରଣ ସଂପାଦକ ସୁଜିତ ପାଲଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ସନ୍ତୋଷ ମହାପାତ୍ର, ଅପୂର୍ବା ଅପରୂପା, ସଂପାଦକ ରାଜଲକ୍ଷ୍ମୀ ବେହେରା, ପ୍ରମୋଦ ପାତ୍ର, ସ୍ନେହାଶିଷ ଜେନା, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞା ଦାସ, ସଂସଦ ନାୟକ, ମାଲକାନଗିରି ଜିଲ୍ଲା ସଭାପତି ସୋମେଶ ବାଗ, କଟକ ଜୋନ ସଭାପତି ସ୍ମୃତିରଞ୍ଜନ ଦାଶ, ଧର୍ମାନନ୍ଦ ଧଳ, ସଂଜୟ ବିଶୋୟୀ, ସନଥ ମିଶ୍ର, ସିଦ୍ଧାର୍ଥ ଦାସ, ଦେବସ୍ମିତା ଦାସ, ମଧୁସ୍ମିତା ନାୟକ, ଅନ୍ନପୂର୍ଣ୍ଣ ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ ।ସୂଚନାଯୋଗ୍ୟ, ବିଜୁ ଜନତା ଦଳ ପକ୍ଷରୁ ସାମାଜିକ ଉତରଦାୟିତ୍ୱ ରୂପେ ଆରମ୍ଭ କରାଯାଇଥିବା ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ଶୁଭାରମ୍ଭ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇ ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ରକ୍ତ ଅଭାବରୁ କେହି ଯେପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ, ଯାହାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସରେ ରକ୍ତଦାତାମାନେ ସ୍ୱେଚ୍ଛାକୃତ ରକ୍ତଦାନ କରି ପ୍ରମାଣିତ କରିଦେଇଛନ୍ତି । ଗୋଟିଏ ଆଂଚଳିକ ରାଜନୈତିକ ଦଳର ଏପରି ସାମାଜିକ ସେବା କରିବା ସାରା ବିଶ୍ୱରେ ଅନନ୍ୟ । ଏହାଦ୍ୱାରା ରକ୍ତଦାନ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିଛି । ଆମ ରାଜ୍ୟର ୪ କୋଟି ଲୋକଙ୍କ ପାଇଁ ଅନୁ୍ୟନ ୧ ପ୍ରତିଶତ ହାରରେ ପ୍ରତିବର୍ଷ ୪ଲକ୍ଷ ୟୁନିଟ ରକ୍ତର ଆବଶ୍ୟକତା ଥିଲାବେଳେ ବିଭିନ୍ନ ରକ୍ତଦାନ ଶିବିରରୁ ପ୍ରତିବର୍ଷ ୨ଲକ୍ଷରୁ ଊଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହେଉଥିବା ବେଳେ ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ୧ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହେଉଛି ।