ଭଞ୍ଜନଗର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାଶ କରିଛନ୍ତି । ୨୧ କୋଟି ୨୬ ଲକ୍ଷ ଟଙ୍କାର ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ୩ ପ୍ରକଳ୍ପର ଉଦଘାଟନ ଏବଂ ବିଭିନ୍ନ ବିଭାଗର ୮୬ କୋଟି ୬୯ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେଥିମଧ୍ୟରେ ଭଂଜନଗର ନୂତନ ବସ୍ ଷ୍ଟାଣ୍ଡ ନିମନ୍ତେ ୬ କୋଟି ୩୩ ଲକ୍ଷ, ଟାଉନ୍ ହଲ୍ ନିର୍ମାଣରେ ୨ କୋଟି ୯୩ ଲକ୍ଷ ଓ ସ୍ୱତନ୍ତ୍ର ଉପକାରାଗାର ନିମନ୍ତେ ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଜଣାପଡ଼ିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୩୧ କୋଟି ୧୬ ଲକ୍ଷ ୨୮ ହଜାର, ନିର୍ମାଣ ବିଭାଗ ସକାଶେ ୫୬ କୋଟି ୩୬ ଲକ୍ଷ ୭୩ ହଜାର, ଜଳ ସେଚନ ବିଭାଗ ପାଇଁ ୧୩ କୋଟି ୫୦ ଲକ୍ଷ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିମନ୍ତେ ୫ କୋଟି ୬୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏଥି ନିମନ୍ତେ ସର୍ବମୋଟ ୧୦୬ କୋଟି ୬୫ ଲକ୍ଷ ୯୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି କର୍ମକର୍ତ୍ତାଙ୍କ ସହ ପ୍ରାୟ ୩୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣଙ୍କ ସମାଗମ ହୋଇଥିବା ବେଳେ ରାଜ୍ୟ ବିଜେଡି ଉପସଭାପତି ଚନ୍ଦ୍ରଶେଖର ସାହୁ, ସାଧାରଣ ସଂପାଦକ ବିକ୍ରମ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍. ଧନଞ୍ଜୟ ରାଓ, ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ମମତା ବିଷୋୟୀ, ପୂର୍ବତନ ମେୟର କେ. ମାଧବୀଙ୍କ ସମେତ ଜିଲ୍ଲା ବିଜେଡିର ବହୁ କର୍ମକର୍ତ୍ତା ଓ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ । ସେହିଭଳି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ସମେତ ୪ପ୍ଲାଟୁନରୁ ଉଦ୍ଧ୍ୱର୍ ପୋଲିସ ଫୋର୍ସ ମୂଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଭିଡକୁ ଦେଖି ମୃତୟନ କରାଯାଇଥିଲା ।
ସେହିଭଳି କଣ୍ଟାମାଳ ବ୍ଲକ୍ ରେ ମୁଖ୍ୟମନ୍ତ୍ରୀ ୧୧୬କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୫ଟି ପ୍ରକଳ୍ପ ମଧ୍ୟରୁ ୪ଟି ଉଚ୍ଚମାନର ବିଜୁ ସେତୁ, ୬ ସଡକ ପ୍ରକଳ୍ପ ଓ ୪ଟି ୧୦୦ ଶର୍ଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୩୧୦କୋଟି ୫୯ଲକ୍ଷ ଟଙ୍କାର ୧୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଯଥା ବୌଦ୍ଧ ଓ କଣ୍ଟାମାଳ ବ୍ଲକ୍ରେ ଦୁଇଟି ସେତୁ, ୬ ପାଇପ ଜଳ ଯୋଗାଣ ପ୍ରକଳ୍ପ, ଗୋଟିଏ ୧୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରୀ ନିବାସ ଓ ଗୋଟିଏ ସଡକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ସେହିଭଳି ବୌଦ୍ଧ ଜିଲ୍ଲାର କଚେରୀ ପଡିଆଠାରେ ପହଞ୍ଚି ବହୁ ପ୍ରତିକ୍ଷୀତ ମାର୍ଜାକୁଦ ମହାନଦୀ ସେତୁର ଶିଳାନ୍ୟାସ କରିବା ସହିତ ୪୨୭କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ବହୁ ଜନହିତକର ଯୋଜନା ବିଷୟରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୀତାଂଶୁ ରାଉତ, ଜଳସେଚନ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଆଶିଷ କୁମାର ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲାରେ ୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୭ଟି ଜନହିତକର ପ୍ରକଳ୍ପର ଶୁଭ ଉଦଘାଟନ ସହ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍ରେ ୪ଟି ସେତୁ, ୩ଟି ସଡକ ପ୍ରକଳ୍ପ, ୧୨ଟି ହଷ୍ଟେଲ୍ ଓ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିବାବେଳେ ୪୬୭କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୨୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା