ମୁଖ୍ୟମନ୍ତ୍ରୀ ବାହାବାହା ନେବା ବନ୍ଦ କରନ୍ତୁ, ଜାନିବିଲି ପ୍ରକଳ୍ପ ୨୦ ବର୍ଷର ଲଢ଼େଇର ଫଳ:କଂଗ୍ରେସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଚାଲିଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟ ଜନସାଧାରଣଙ୍କ ୨୦ ବର୍ଷର ଲଢ଼େଇର ଫଳ । ତେଣୁ ଶାସକ ଦଳ ଏବଂ ମୁଖ୍ୟମନ୍ତ୍ରୀ ବାହାବାହା ନେବା ବନ୍ଦ କରନ୍ତୁ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ଏକ ବିବୃତିରେ ପ୍ରକାଶ କରିଛନ୍ତି । ବ୍ରହ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷର ହୋଇଥିବା ବେଳେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳର ୨୦ ବର୍ଷର ଲଢେଇ ପରେ ସରକାର ବାଧ୍ୟ ହୋଇ ଏହି ପ୍ରକଳ୍ପ କାର୍ଯ୍ୟ କରିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଥିସହ ବ୍ରହ୍ମପୁରରେ ରହିଥିବା ବିଭିନ୍ନ ସମସ୍ୟା ତଥା ଏମକେସିଜି ମେଡ଼ିକାଲରେ କେତେ ଡାକ୍ତର ଅଛନ୍ତି, ସହର ବିଭିନ୍ନ କଲେଜରେ ଶିକ୍ଷକ କଥା ମୁଖ୍ୟମନ୍ତ୍ରୀ ଜାଣନ୍ତି କି, ଵିରୋଡ଼ କେତେଦୂର ଗଲା, ଗଜପତି ପ୍ଲାଜର ଅବସ୍ଥା କଣ, ହଳଦିଆପଦର ବସଷ୍ଟାଣ୍ଡର ପରିକଳ୍ପନା କାହା ସ୍ୱାର୍ଥରେ, ଏକ ପ୍ରେସ ବିବୃତ୍ତିରେ କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଓ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା