

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମ ଦିବସ ଉପଲକ୍ଷେ ବ୍ରହ୍ମପୁର ମହାନଗର ନିଗମର ୩୯ନଂ ୱାର୍ଡରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୩୯ର କର୍ପୋରେଟର ମଳୟ ବିଶୋଇ, ୱାର୍ଡ ନଂ୩୯ର କର୍ପୋରେଟର ମିନତୀ ବିଷୋୟୀ, ଗଞ୍ଜାମ ବିଜୁ ଜନତା ଦଳର ଉପସଭାପତି ବନମାଳୀ ସେଠି, ଶୂନ୍ୟ ଦାସ, ପବିତ୍ର ଗୌଡ଼, ବ୍ରହ୍ମପୁର ବିଜୁ ଯୁବ ଜନତା ଦଳର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ମହାନ୍ତି, ପୂର୍ବତନ କର୍ପୋରେଟର ସତୀଶ ନାହାକ, କାମା ସେଠି, ଆଦର୍ଶ କୁମାର ମହାନ୍ତି, ରବି ସେଠିଙ୍କ ସମେତ ବହୁ ବିଜେଡି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରି ନିଜର ଚକ୍ଷୁ ଚିକିତ୍ସା କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ


