ମୁମ୍ବାଇ ଡ୍ୟାନ୍ସ ଫେଷ୍ଟିଭଲ କନିଷ୍ଠ ବର୍ଗରେ ନୃତ୍ୟଶିଳ୍ପୀ ତନିଶା ବେବର୍ତ୍ତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଟ ଶ୍ରେଣୀର ଛାତ୍ରୀ ତନିଶା ବେବର୍ତ୍ତା ମୁମ୍ବାଇ ଡ୍ୟାନ୍ସ ଫେଷ୍ଟିଭଲ ୨୦୧୯ (ଅଗ୍ରୀକୋଲି ସଂସ୍କୃତି ଭବନ, ମୁମ୍ବାଇ, ମହାରାଷ୍ଟ୍ର) ଠାରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଭାରତରୁ ବଛା ହୋଇଥିବା ୧୧ଜଣ କନିଷ୍ଠ ଏକକ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ମଧ୍ୟରେ ତନିଶା ବେବର୍ତ୍ତା ଶ୍ରେଷ୍ଠ ସ୍ଥାନ ଅଧିକାରୀ କରିଥିଲେ । ତ୍ରିଭଙ୍ଗ କଳା ଓ ସଂସ୍କୃତି ପରିଷଦ, ବମ୍ବେର ମୁଖ୍ୟ ତଥା ନିର୍ଦେଶକ ଗୁରୁ ବିକ୍ରମ ସାମଲ ଏବଂ ନ୍ୟୁ ମୁମ୍ବାଇ ବିଧାୟକ ତଥା ମହାରାଷ୍ଟ୍ରର ଉଚ୍ଚକତ୍ତୃପକ୍ଷଙ୍କ ଦ୍ୱାରା ତନିଶା ପ୍ରମାଣ ପତ୍ର ଏବଂ ଟ୍ରଫି ପାଇଥିଲେ । ଏଣୁ ଏହି ଅବସରରେ ଗୁରୁ ଡି.ପ୍ରିୟଙ୍କା, ପିତା ଆଇନଜୀବୀ ପ୍ରଦୀପ ବେବର୍ତ୍ତା, ମାତା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି, ଜେଜେ ଇଂଜିନିୟର ଶ୍ୟାମାନନ୍ଦ ବେବର୍ତ୍ତା ଜେଜେମା ମନୋହାରୀ ବେବର୍ତ୍ତା, ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ସମସ୍ତ ଶୁଭ ଚିନ୍ତକ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା