ମୃତ୍ୟୁ ଏକ ରହସ୍ୟମୟ ପ୍ରହେଳିକା ତଥାପି ଚିରନ୍ତନ ସତ୍ୟ:ସମାଜସେବୀ ସୁରେନ୍ଦ୍ର ଚନ୍ଦଙ୍କ ବିୟୋଗରେ ମହିଳା ମହାବିଦ୍ୟାଳୟରେ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନ୍ମଥିଲେ ମୃତ୍ୟୁ ଅଛି । ଏନ୍ତୁଡିଶାଳର ଚିଆଁଠାରୁ ଶ୍ମାଶନର ନିଆଁଯାଏ ନିଜର କର୍ତ୍ତବ୍ୟ ଜଣେ ମଣିଷର ସମାଜର ପରିଚୟ ସୃଷ୍ଟି କରିଥାଏ । ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ ତାଙ୍କ ନାଙ୍କ ନିଷ୍ଠା ଓ କର୍ତ୍ତବ୍ୟ ଫଳରେ ଅଭୁଲା ଓ ଅମର ହୋଇ ରହିବେ ବୋଲି ଆଜି ତାଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଶ୍ରଦ୍ଧାସୁମନ ସଭାରେ ମତପ୍ରକାଶ ପାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରତିଷ୍ଠାତା ସମ୍ପାଦକ ସ୍ୱଗ;ତ ଚନ୍ଦଙ୍କ ଅତୀତର ସ୍ମୃତି, କାର୍ଯ୍ୟଦକ୍ଷତା ଓ ନାରୀଶିକ୍ଷାର ପ୍ରଗତିଲାଗି ସୃଷ୍ଟିକରିଥିବା ମହିଳା ବିଦ୍ୟାଳୟ ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସିନେଟ ସଦସ୍ୟ ତଥା ଦୀନକୃଷ୍ଣ ସ୍ମୃତି କମିଟିର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ସୁରେନ୍ଦ୍ର ବାବୁଙ୍କ ମୃତ୍ୟୁରେ ଜଳେଶ୍ୱର ପଞ୍ଚ ସଖା ମଧ୍ୟରୁ ସେ ଅନ୍ୟତମ ଓ ତାଙ୍କ ବିୟୋଗରେ ଜଳେଶ୍ୱର ଏକ ଶୂନ୍ୟତା ସୃଷ୍ଟି ହେଲାବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ଚନ୍ଦ, ସଂଗ୍ରାମ ପଟ୍ଟନାୟକ, ସୁଷମା ଚନ୍ଦ, ଦିଲ୍ଲିପ ଘୋଷ, ରତନ ମିଶ୍ର, ଶାନ୍ତିଲତା ପାଢୀ, ସୁରଭି ପ୍ରଧାନ, ଇନ୍ଦୁମତୀ ଗିରି, ସତ୍ୟମୟୀ ଆଚାର୍ଯ୍ୟ, ଚନ୍ଦ୍ରଶେଖର ଗିରି, ପ୍ରଦୀପ ଚାନ୍ଦ, ସୁଶୀଳା ଦାସ ପ୍ରମୁଖ ସୁରେନ୍ଦ୍ର ଚନ୍ଦ ଅତୀତରେ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ରହି ବହୁ ଜନହିତକର କାର୍ଯ୍ୟ କରିବା ସହିତ ସେଣ୍ଟ ସେମ୍ସ୍ କନଭେଣ୍ଟ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ, ଜିକେଭଟ୍ଟର ହସ୍ପିଟାଲର ପ୍ରତିଷ୍ଠାତ ସଦସ୍ୟ, ଜଳେଶ୍ୱରର ସଂସ୍କୃତି ଓ କଳାକୁ ବଂଚାଇବା ଲାଗି ଏକମାତ୍ର ଅନୁଷ୍ଠାନ ରଂଗମହଲ, ଷ୍ଟେସନବଜାରରେ ଅଷ୍ଟଧାତୁରେ ନିର୍ମୀତ ମା ଦୁର୍ଗା, ସରସ୍ୱତୀ, କାର୍ତ୍ତକ, ଗଣେଶ ଓ ଲକ୍ଷ୍ମୀ ମନ୍ଦିର ତାଙ୍କର ଅନବଦ୍ୟକୃତି ବୋଲି କହିଥିଲେ । ଆସନ୍ତା ଦିନରେ ସ୍ମରଣିକା ପ୍ରକାଶ ଓ ତୈଳଚିତ୍ର ପ୍ରତିଷ୍ଠା କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡ଼ା