
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ଗତକାଲି ଗୋଟିଏ ଗାଈ ଦୁର୍ଘଟଣା ବସତଃ ଅବସ୍ତାରେ ଆସି ଚିକିତ୍ସାଧୀନ ହୋଇ ମୃତ୍ୟୁ ବରଣ କରିଥିଲା । ଏହି ଗାଇଟି ସେଠାରେ ମୃତ୍ୟୁ ବରଣ କରି ୨୪ ଘଣ୍ଟା ବିତିଯିବା ସହ ପଚା ଗନ୍ଧରେ ଅଞ୍ଚଳବାସୀ ଅତିଷ୍ଟ ହୋଇ ପଡ଼ିଥିଲେ । ଏହାକୁ ନେଇ ମହାନଗର ନିଗମର ସାନିଟାରୀ ଇନ୍ସପେକ୍ଟରଙ୍କୁ ପ୍ରାଣୀ ବିଭାଗ ତରଫରୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଦୁଃଖର ବିଷୟ ଏହି ମୃତ ଗାଈକୁ ସେଠାରୁ ଉଠାଇବା ବନ୍ଦୋବସ୍ତ ହୋଇପାରିନଥିଲା । ଫଳରେ ଦୂର୍ଗନ୍ଧରେ ଅସୁବିଧାରେ ସମୁଖୀନ ହେଉଥିଲେ ସ୍ଥାନୀୟ ବାସିନ୍ଦା ଓ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ । ବିଳମ୍ବରେ ମଧ୍ୟ ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମର ମୁଖ୍ୟ ତରୁଣ କାନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ଏହାକୁ ଗୁରୁତ୍ଵର ସହ ନେଇ ଏହି ମୃତ ଗାଈକୁ ଘଟଣା ସ୍ଥଳରୁ ଉଠାଇବା ବନ୍ଦୋବସ୍ତ କରିଥିଲେ । ତରୁଣ ବାବୁଙ୍କ ଏହି ଉଦାରତା ପାଇଁ ସ୍ଥାନୀୟ ବାସିନ୍ଦା ଓ ବିଭାଗ୍ୟ କର୍ମଚାରୀ ଉଚ୍ଚ ପ୍ରଶଂସା କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
