ମେଧାବୀ ସମ୍ମାନ ସମାରୋହରେ ପରିଶ୍ରମ ଓ ଇଚ୍ଛାଶକ୍ତିକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ସ୍ଥାନୀୟ ଜିଲ୍ଲାପରିଷଦ ଭବନରେ ଅନୁଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ମେଧାବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ପରିଶ୍ରମ ଓ ଇଚ୍ଛାଶକ୍ତିକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ନିଜେ କିପରି ପ୍ରାଥମିକ ଶିକ୍ଷକରୁ ଜିଲ୍ଲାପାଳ ପଦବୀରେ ପହଞ୍ଚିପାରିଛନ୍ତି ତାହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ । ଗଞ୍ଜାମରେ ପ୍ରଥମେ ୧୩ ଟି ବ୍ଲକରେ ଏହା ସ୍ଥାପନ କରାଯାଇଥିବା ବେଳେ ଅଦ୍ୟାବଧୀ ରାଜ୍ୟରେ ୨୧୪ ଗୋଟି ବିଦ୍ୟାଳୟ ହୋଇଥିବା ବେଳେ ଗଞ୍ଜାମର ସମସ୍ତ ୨୨ ଟି ବ୍ଲକକୁ ପ୍ରସାରିତ ହୋଇପାରିଛି । ଚଳିତ ବର୍ଷ ଏହି ବିଦ୍ୟାଳୟ ଗୁଡିକର ପ୍ରଥମ ବ୍ୟାଚ୍ ସର୍ବ ଭାରତୀୟ ବୋର୍ଡ ପରୀକ୍ଷା ଦେଇଛନ୍ତି । ଜିଲ୍ଲାର ୯୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮୮୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟ ସ୍ତରରେ ଫଳାଫଳ ୭୭ ଭାଗ ଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୯୪ ଶତାଂଶ ହୋଇଛି । ଏହି ସମାରୋହରେ ମୁଖ୍ୟ ବକ୍ତାଭାବେ ଆରକ୍ଷୀ ଅଧୀକ୍ଷକ ବ୍ରିଜେସ୍ କୁମାର ରାଏ ଯୋଗ ଦେଇ ଆଧୁନିକ ପୀଢୀଙ୍କୁ ଭାଗ୍ୟବାନ ବୋଲି କହିଥିଲେ । ଗୁଗୁଲ୍ ମାଧ୍ୟମରେ ବହୁତ କମ୍ ସମୟ ମଧ୍ୟରେ ଅନେକ ତଥ୍ୟ ଆମ ପାଖରେ ପହଞ୍ଚି ପାରୁଛି । ଯିଏ ଯେଉଁ କ୍ଷେତ୍ରରେ ଅଛନ୍ତି ସେଥିରେ ସର୍ବତ୍ତମ ହେବା ପାଇଁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଏ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ,ଲକ୍ଷ୍ମୀକାନ୍ତ ସେଠୀ,ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିଗନ୍ତ ରାଉତରାୟ,ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି,ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା,ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଦେବବ୍ରତ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧୀକାରୀ ଡଃ ସନାତନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧୀକାରୀ ପ୍ରଭାତୀ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା