
କଲିକତା(ସମୃଦ୍ଧ ଓଡିଶା )ଶେଷ ପର୍ୟ୍ୟାୟ ମତଦାନ ପାଇଁ ହେଉଥିବା ପ୍ରଚାର ସମୟରେ ବିଜେପି ଓ ଟିଏମସି ମଧ୍ୟରେ ଲଢେଇ ଉଠ ବସ୍ ଓ ଜେଲ ପଠାଇ ଦେବା ପର୍ୟ୍ୟାନ୍ତ କଥା ପହଞ୍ଚିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରର ଶେଷ ଦିନରେ ମଥୁରାପୁରରେ ରାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ(ଟିଏମସି)ର ଅଧ୍ୟକ୍ଷ ମମତା ବାନାର୍ଜୀ କହିଛନ୍ତି ଯେ, ମିଥ୍ୟା କହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଠବସ କରିବା ଉଚିତ୍। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତାରେ ଅମିତ୍ ଶାହାଙ୍କ ରୋଡ୍ ସୋ ସମୟରେ ଘଟିଥିବା ହିଂସାରେ ଟିଏମସି ସାମିଲ ହେବାର ପ୍ରମାଣ ଦିଅନ୍ତୁ ନଚେତ୍ ଜେଲରେ ଭର୍ତ୍ତି କରିଦେବି ବୋଲି ଧମକ ଦେଇଛନ୍ତି ମମତା ବାନାର୍ଜୀ।ମମତା କହିଛନ୍ତି ଯେ, ନିର୍ବାଚନ ଆୟୋଗ ବିଜେପିର ଆଉ ଏକ ଭାଇ। ପୂର୍ବେ ପାରଦର୍ଶୀ ନିର୍ବାଚନ ଆୟୋଗ ଦେଖିବାକୁ ମିଳୁଥିଲା ମାତ୍ର ଭାରତର ଜନତା କହୁଛନ୍ତି ଯେ, ନିର୍ବାଚନ ଆୟୋଗ ବିଜେପିଠାରେ ବିକ୍ରି ହୋଇ ଯାଇଛି। ସେ ପିଏମ ମୋଦୀଙ୍କ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେ, ପିଏମ ମୋଦୀ କହୁଛନ୍ତି ସେ ବିଦ୍ୟାଧରଙ୍କ ମୂର୍ତ୍ତି ତିଆରି କରିବେ। ବଙ୍ଗାଲ ପାଖରେ ମୂର୍ତ୍ତି ତିଆରି ପାଇଁ ଅର୍ଥ ଅଛି। କଣ ସେ ୨୦୦ ବର୍ଷ ପୁରୁଣା ହେରିଟେଜ୍ ଫେରାଇ ପାରିବେ ? ଆମ ପାଖରେ ପ୍ରମାଣ ଅଛି ଏବଂ କହୁଛନ୍ତି ଟିଏମସି ହିଂସାରେ ସାମିଲ। କଣ ଆପଣଙ୍କୁ ଲଜ୍ଜା ଲାଗୁନାହିଁ ଏତେ ମିଥ୍ୟା କହୁଛନ୍ତି ? ଏତେ ମିଛ କହିବା ପାଇଁ ମୋଦୀଙ୍କୁ ଉଠ ବସ୍ କରିବା ଉଚିତ୍। ଅଭିଯୋଗ ପ୍ରମାଣ କରନ୍ତୁ ନଚେତ୍ ଆପଣଙ୍କୁ ଜେଲରେ ଭର୍ତ୍ତି କରି ଦେବି ବୋଲି ମମତା କହିଛନ୍ତି।