ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରାମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କରାଯାଇ ବିଭିନ୍ନ ନିୟମ ଲାଗୁ କରାଯାଉଛି । ଏମିତିକି ଏହାକୁ ପ୍ରତିହତ କରିବା ପାଇଁ ସଟଡାଉନ ଘୋଷଣା କରାଯାଇଛି ବିଭିନ୍ନ ଜାଗାରେ ପୋଲିସ ମୁତୟନ କରାଯାଇଛି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଯାଞ୍ଚ କରାଯାଉଛି । ଏହାସହ ଲୋକଙ୍କୁ ଘର ବାହାରକୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୁତତ୍ୱ ବଜାୟ ରଖିବା ଓ ବାରମ୍ବାର ହାତକୁ ଧୋଇବା ଏହିଭଳି ଅନେକ ସଚେତନ କରାଯାଉଛି । ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ଏନଏସି ପକ୍ଷରୁ ମୋବାଇଲ ରକ୍ତ ସଂଗ୍ରହ ଭ୍ୟାନ୍ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଇଛି । ସ୍ଥାନୀୟ ତିରୁପତି ରାଓ ପେଟା ସାହିରେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁଙ୍କ ଉପସ୍ଥିତିରେ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଯେଉଁ ଲୋକମାନଙ୍କ କରୋନା ଲକ୍ଷଣ ଦେଖାଯାଇଛି ସେମାନଙ୍କ ସ୍ୱାବ୍ ଟେଷ୍ଟ ଆଜି କରାଯାଇଥିବା ଜଣାଯାଇଛି । ଏହାସହ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଧ୍ୟ ସ୍ୱାବ ଟେଷ୍ଟ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ଏନଏସିର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ଏସ.ଡାଲେୟା ରେଡ୍ଡି, ଡା.ସୁନିଲ କୁମାର ରଥ, ଅଙ୍ଗନବାଡ଼ି କର୍ମୀ ଏ.ଇନ୍ଦିରା, ଜି.ସନ୍ତୋଷୀ, ଏଏନଏମ୍ ପ୍ରିୟଙ୍କା ବେହେରା, ବନଲତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କର କିପରି ସୁବିଧାରେ ସ୍ୱାବ୍ ସଂଗ୍ରହ କରାଯିବାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା