

ମୋହନା (ସମୃଦ୍ଧ ଓଡିଶା) ମୋହନା ବିଧାୟକ ଦାଶରଥି ଗମାଙ୍ଗ ତାଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଜନହିତକର କାର୍ଯ୍ୟ କି ଭଳି ଭାବରେ କରାଯାଇଛି ତାର ସମୀକ୍ଷା କରିବା ସହ ସାଧାରଣ ଲୋକଙ୍କର ସୁବିଧା ଓ ଅସୁବିଧା ପଚାରି ବୁଝିଥିଲେ । ମୋହନା ବ୍ଲକ ଅନ୍ତର୍ଗତ ଚୁଡୁଙ୍ଗପୁର ପଂଚାୟତର ଚୁଡୁଙ୍ଗପୁର ହାଟପଦା ସାହି, ଦଳିତସାହି, ପୁରୁଣାସହି, ବଦାକୁଆ, ଓଡ଼ିଆସାହି, ଚନ୍ଦନପୁର, ରଥଦାଣ୍ଡସାହି , ପାଜୀନଗୀଶା, ବେଶେରିଗୁଡା, ପାଲାକୁଆ, ଝରଣାପୂର, ହିଁକିରିମା ଆଦି ଅଞ୍ଚଳ ଗସ୍ତକରି ବିଭିନ୍ନ ଜନହିତକର କାର୍ଯ୍ୟ ଅନୁଧ୍ୟାନ କରିବା ସହ ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ଓ ସେମାନଙ୍କ ସର୍ବନିମ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶୁତି ଦେଇଥିଲେ । ପ୍ରଥମେ ସେ ମେରିଗୁଡା ଗସ୍ତ କରିଥିଲେ । ସେଠାରେ ବିଧାୟକଙ୍କୁ ଫୁଲ ମାଳ ଦେଇ ଶତାଧିକ ଗ୍ରାମ ବାସୀ ସ୍ୱାଗତ ଜଣାଇଥିଲେ । ମେରିଗୁଡା ଗ୍ରାମରେ ଲୋକେ ନାଚ ଗୀତରେ ସ୍ୱାଗତ କରିଥିବା ବେଳେ ବିଧାୟକ ସମସ୍ତଙ୍କ ସହ ମିଶି ନାଚ ମଧ୍ୟ କରିଥିଲେ । ମୁଖ୍ୟତଃ ଟୁଟୁ ଗୁଡା, ଗଛଗୁଡାର ରୋଡ, ଜଳଯୋଗାଣ, ସ୍କୁଲ ଗୃହ, ଆବାସିକ ଯୋଜନା ଓ ବାର୍ଦ୍ଧକ୍ୟ ଭର୍ତ୍ତ ଉପରେ ଆଲୋଚନା କରିଥିଲେ । ଏସବୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିସୁତି ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ମେରିପୋଲି ସରପଞ୍ଚ ସବିତା ମଲିକ, ଶଙ୍କର ପ୍ରଧାନ, କମଳ କୁମାର ପାଲ, ଦୁଃଶାସନ ପ୍ରଧାନ, କୋରା ପାଲ, ଅଶୋକ ସାହୁ, ରମେଶ ବିଶାୟୀଙ୍କ ସମେତ ଶତାଧିକ ସ୍ଥାନୀୟ ଲୋକେ ଉପସ୍ଥିତ ରହି ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

