ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଯୁକ୍ତ ୨ ବିଜ୍ଞାନରେ ଚଳିତ ବର୍ଷ ୭୨.୩୩ ପ୍ରତିଶତ ପିଲା ଉତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଦେଇଥିବା ମୋଟ୍ ୯୭,୭୫୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୦,୭୦୬ ଜଣ ପାସ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷାଫଳ ଉନ୍ମୋଚନ ଅବସରରେ ସୂଚନା ଦେଇଛନ୍ତି । ଚଳିତବର୍ଷ ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଅଧିକ ହାରରେ ଉତୀର୍ଣ୍ଣ ହୋଇଛନ୍ତି । ଛାତ୍ରୀଙ୍କ ପାସହାର ୭୫.୦୨ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସହାର ୭୦.୦୪ ପ୍ରତିଶତ ରହିଛି । ମୋଟ ୪୦,୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ସଂଖ୍ୟା ୩୦,୬୪୮ । ସେହିଭଳି ଚଳିତ ବର୍ଷ ପରୀକ୍ଷାରେ ୨୦,୮୦୬ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୩,୯୦୪ ଓ ତୃତୀୟ ଶ୍ରେଣୀରେ ୨୫,୩୬୦ ଜଣ ପାସ୍ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଗଜପତି ଜିଲ୍ଲାରେ ଏହା ସର୍ବନିମ୍ ୩୬.୨୦ ରହିଛି । ୯ଟି ଯୁକ୍ତ ୨ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନଥିବା ବେଳେ ୨୯ଟି କଲେଜରେ ଶତପ୍ରତିଶତ ପାସ୍ କରିଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ୬୦ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତ ଓ ଏହାଠାରୁ ଅଧିକ ନମ୍ବର ରଖିଥିବା ବେଳେ ୧,୮୭୨ ଜଣ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ଓ ୫,୮୮୫ ଜଣ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଚଳିତ ପରୀକ୍ଷାରେ ବ୍ୟାପକ ସଂସ୍କାର ଲାଗି ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ଦ୍ୱାରା ପରୀକ୍ଷାଫଳ ଗତବର୍ଷ ତୁଳନାରେ ହ୍ରାସ ପାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଗତବର୍ଷ ଯୁକ୍ତ ୨ବିଜ୍ଞାନରେ ୭୬.୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ଚଳିତବର୍ଷ ଏହା ହ୍ରାସ ପାଇ ୭୨.୩୩ ପ୍ରତିଶତରେ ରହିଛି । ଆଦୌ ପାସ କରିନଥିବା କଲେଜଗୁଡ଼ିକ ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ରିପୋର୍ଟ :ଆକାଶ ମିଶ୍ର