

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିଂ ଛକରେ ଜଣେ ଯୁବକଙ୍କ ଉପରେ ବସ ଚଢି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।ବୁଧବାର ଅପରାହ୍ଣ ବେଳେ ଏକ ଘରୋଇ ବସ କାମଧେନୁ (ଓଆର୦୭- ଏସ- ୧୪୪୭) ମାଷ୍ଟ୍ରରକ୍ୟାଣ୍ଟିଂରୁ କଟକ ଅଭିମୁଖେ ଯାଉଥିଲା । ବସଟି କିଛି ବାଟ ଯିବା ପରେ ଆଗରେ ଯାଉଥିବା ଏକ ବାଇକ (ଓଡ଼ି୦୨-ବିଏ-୧୬୦୯)କୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ରାସ୍ତାରେ ଛିଟିକି ପଡିଥିଲେ। ପରେ ବସଟି ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଏଠାରେ ଉତେଜନା ପ୍ରକାଶ ପାଇଥିବା । ଉତ୍ତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିବାରୁ ପୋଲିସ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ଖାରବେଳନଗର ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି ।
ରିପୋର୍ଟ : ଆକାଶ ମିଶ୍ର

