

ପଦ୍ମପୁର (ସମୃଦ୍ଧ ଓଡିଶା) ପାଇକମାଳ ମଙ୍ଗଳ ଟିଭିଏସର ମାଲିକ ତଥା ଯୁବ ବ୍ୟବସାୟୀ ସୁମିତ କୁମାର ଅଗ୍ରୱାଲ ନିଜସ୍ବ ଉଦ୍ୟମରେ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ହାତ ତିଆରି ମାକ୍ସ ଲୋକମାନଙ୍କୁ ପ୍ରଦାନ କରୁଥିବା ଖବର ମିଳିଛି । ଏଥିରେ ରଶ୍ମି ହଂସ, ସଚିନ ସାହୁ, କୁନ୍ଦନ ପ୍ରଧାନ, ଭୁପେଶ ଅଗ୍ରୱାଲ, ନଗେନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ସ୍ଵେଚ୍ଛାସେବିମାନେ ସହଯୋଗ କରିଥିବା ଜଣାପଡିଛି । ଶୁକ୍ରବାର ସକାଳୁ ପାଇକମାଳ ଡେଲି ବଜାର ବସୁଥିବା ପଡିଆ ଦୋକାନି ଓ ଗ୍ରାହକମାନଙ୍କ ସହ ପାଇକମାଳ ଛକର ବିଭିନ୍ନ ସ୍ଥାନ ବୁଲିବୁଲି ମାକ୍ସ ପିନ୍ଧାଇବା ସହ ଏହାର ବ୍ୟବହାର ବିଷୟରେ ଲୋକମାନଙ୍କୁ ସଚେତନତା କରିଥିଲେ । ଛକ ମାନଙ୍କରେ ଯେଉଁ ଲୋକମାନେ ମାକ୍ସ ପିନ୍ଧି ନ ଥିଲେ ସେମାନଙ୍କୁ ମାକ୍ସ ପିନ୍ଧାଇ ଥିଲେ । ସେ କପଡା କିଣି ଟେଲର ପାଖରେ ତିଆରି କରି ମାକ୍ସକୁ ବଣ୍ଟନ କରୁଛନ୍ତି । ଏଥିରେ ସୁମିତଙ୍କୁ ଅଞ୍ଚଳର କିଛି ଟେଲର ମିସ୍ତ୍ରୀ ମାନେ ସହଯୋଗ କରିଛନ୍ତି । ଏହା ସହିତ ପାଇକମାଳ ଅଞ୍ଚଳର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ବୁଲି ବୁଲି ଲୋକଙ୍କୁ ମାକ୍ସ ବାଣ୍ଟି ଥିଲେ ସୁମିତ । ସେ ୨୦୦୦ରୁ ଉର୍ଦ୍ଦ ମାକ୍ସ ବଣ୍ଟନ କରିବେ ବୋଲି କହିଛନ୍ତି । ସୁମିତ ଓ ସାଥିମାନେ ଆଜି ପାଇକମାଳ ବିଡିଓ ସୁରେନ୍ଦ୍ର ମେହେରଙ୍କୁ ୨୫୦ଟି ମାକ୍ସ ପ୍ରଦାନ କରିଛନ୍ତି । ୨୨ଟି ପଞ୍ଚାୟତ କୋଭିଡ-୧୯ ପାଇଁ ତିଆରି ହୋଇଥିବା ୫୦ବେଡ ବିଶିଷ୍ଟ କରୋଣ୍ଟାଇମ ରୁମରେ କାର୍ଯ୍ୟରତ କର୍ମଚାରି ଓ ପଞ୍ଚାୟତ କର୍ମଚାରିଙ୍କୁ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀ ମେହେର କହିଛନ୍ତି । ଆହୁରି ମଧ୍ୟ ଇଚ୍ଛୁକ ସ୍ଵେଚ୍ଛାସେବି ଓ ଏସଏଚଜି ଗୃପର କର୍ମକର୍ତ୍ତାମାନେ ମାକ୍ସ ତିଆରି କରି ନିଜ ନିଜ ଅଞ୍ଚଳରେ ଫ୍ରିରେ ବଣ୍ଟିବାକୁ ଚାହୁଁଛନ୍ତି ଯୁବ ବ୍ୟବସାୟୀ ଶ୍ରୀ ଅଗ୍ରୱାଲ କପଡା ଓ ସୁତା ଦୋକାନ ବନ୍ଦ ଥିଲେ ମଧ୍ୟ ଯୋଗାଇ ଦେବେ ବୋଲି କହିଛନ୍ତି । ମାଣ୍ଡୋସିଲ ହିରୋ ସୋରୁମ ମାଲିକ ଆୟୁସ ଅଗ୍ରୱାଲ ଆଉ ଅଧିକ ମାକ୍ସ ବଣ୍ଟନ କରିବା ପାଇଁ ୨୫ ମିଟର କପଡା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକୁ ଅଞ୍ଚଳବାସି ପ୍ରସଂଶା କରିଥିବା ଜଣାପଡିଛି ।
ରିପୋର୍ଟ – ନିରୋଜ କୁମାର ପାଣୀ
