ଯୁବ ସମାଜସେବୀ ତଥା ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ସମ୍ମାନୀତ …

ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ଅଞ୍ଚଳର ଯୁବ ସମାଜସେବୀ ତଥା ସାମ୍ବାଦିକ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ସଚ୍ଚୋଟ, ନିରପେକ୍ଷ ସମ୍ବାଦ ପରିପେକ୍ଷଣ ତଥା ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର ଇଚ୍ଛାପୁର ଗ୍ରାମସ୍ଥିତ ବିଶ୍ଵନାଥ ସ୍ୱାଇଁ ସ୍ମୃତି ସଂସଦ ତରଫରୁ ସମ୍ମାନୀତ କରାଯାଇଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜଣାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଇଚ୍ଛାପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବିଶ୍ୱନାଥ ସ୍ୱାଇଁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅତିଥି ରୂପେ ବାଡକୁଳର ପ୍ରାକାନ୍ତ ନିବନ୍ଧକ ପ୍ରଫୁଲ କୁମାର ଜାଲି, ନାଟ୍ୟଶ୍ରୀ ଭିକାରୀ ଚରଣ ପ୍ରଧାନ, ଶିକ୍ଷାବିତ ଡ଼. ଦ୍ୱାରିକାନାଥ ମହାରଣା, ବଡବ୍ଲକ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଲକ୍ଷ୍ମୀଧାର ବେହେରା, ‘ପରିପ୍ରକାଶ’ର ସମ୍ପାଦକ ପ୍ରଦୋଷ କୁମାର ଦାସ, ଶିକ୍ଷାବିତ ପ୍ରଦୀପ କୁମାର ସୁନ୍ଦରରାୟ, ଗୌରାଙ୍ଗ ଚନ୍ଦ୍ର ବିଶ୍ୱାଳ, ସ୍ମୃତି ସଂସଦର ସମ୍ପାଦକ ପ୍ରମୋଦ କୁମାର ସ୍ୱାଇଁ, ସଭାପତି ଡ. ମଧୁସୂଦନ ସେନାପତି ଯୋଗଦେଇ ସାମ୍ବାଦିକତା ଓ ସମାଜସେବା ପାଇଁ ଦୁର୍ଗାମାଧବ ପାଣିଗ୍ରାହୀଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରିଥିଲେ । ତତ ସହିତ ବାଣପୁରର ବରିଷ୍ଠ ଡାକ୍ତର ସୁରେନ୍ଦ୍ର ନାଥ ସ୍ୱାଇଁ, ଟାଙ୍ଗୀରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀ ଚନ୍ଦନ, ଚିଲିକାର ମହିଳା ସ୍ୱେଚ୍ଛାସେବୀ ସ୍ନେହଲତା ମହାନ୍ତିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ସାମ୍ବାଦିକ ଦୁର୍ଗାମାଧବ ଏଥିପୂର୍ବରୁ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା