ରକ୍ତଦାନ ଶିବିର ଅନୁଷ୍ଠିତ:ରକ୍ତ ଦାନ କଲେ ରକ୍ତଭଣ୍ଡାରର କର୍ମଚାରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତା ୧୩/୦୬/୧୯ ରିଖ ଗୁରୁବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀମାନଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ବେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ”ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ‘ଦ୍ବାଦଶ’ ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆସନ୍ତାକାଲି ଜୁନ୍ ୧୪ ବିଶ୍ବ ରକ୍ତଦାତା ଦିବସ ଅବସରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ଦାନ କରି ସମାଜରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । ସର୍ବଦା ଲୋକମାନଙ୍କଠାରୁ ରକ୍ତ ସଂଗ୍ରହ ଓ ସଚେତନତା ଭିତରେ ସିମୀତ ନ ରହି ନିଜେ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାତା ପାଲଟିଛନ୍ତି । ରକ୍ତ ଭଣ୍ଡାର ଡା.ରଶ୍ମିତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ସୁଶାନ୍ତ କୁମାର ପ୍ରଧାନ, ଗୋପାଳ କୃଷ୍ଣ ପଣ୍ଡା, ସୁଶାନ୍ତ କୁମାର ପାଣିଗ୍ରାହୀ, ଚିନ୍ମୟ କୁମାର ବେହେରା, ବସନ୍ତ କୁମାର ବେହେରା, ସୁନିଲ ବିଶ୍ବଜିତ୍ ମହାରଣା,ନାଗ ଭୂଷଣ ରେଡ୍ଡୀ, ଅଜିତ କୁମାର ଡାକୁଆ, ଦେବେନ୍ଦ୍ର ବେଗରତ,ରାମହରି ପଣ୍ଡା, ଡମ୍ବରୁ ବାହାଦୁର କାରିକ ପ୍ରମୁଖ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ସହକାରୀ ଜିଲ୍ଲାପାଳ (ଆସିଷ୍ଟାଣ୍ଡ କଲେକ୍ଟର) ବିନୋଦ କୁମାର ବେହେରା ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ୫ ଜଣ ନୂତନ ରକ୍ତଦାତା ରକ୍ତ ଦାନ କରିଥିଲେ । ଆଜି ସମୁଦାୟ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ପରିଷଦର ସଭାପତି ସାଗର କୁମାର ପାତ୍ର, ବନମାଳୀ ପ୍ରଧାନ, ଦିପକ ପାତ୍ର, ପ୍ରକାଶ, ବକ୍ସିଂ ଓଡିଶାର ସଂପାଦକ କବିରାଜ ଗୈ।ଡ, ମହିଳା ସମିତିର ସଭ୍ୟା ମମତା ସରାଫ୍, ଏମ୍.ଭେଙ୍କଟ ରାମାଣା ଓ ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ସମସ୍ତ ୧୨ ଗୋଟି ଶିବିରରେ ସମୁଦାୟ ୧୯୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା