ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମାଧବପୁର – ଗୋବରଘଣ୍ଟା ସ୍ଥିତ ବେଣୀମାଧବ ମନ୍ଦିର ପ୍ରାଙ୍କଣରେ ଏକ ରକ୍ତଦାନ ଶିବିର ଆଜି ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୫୬ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । କରୋନା ସମୟରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ଜଳେଶ୍ୱରର ଯୁବଶକ୍ତି ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟର ବୟୋଜ୍ୟଷ୍ଠ ବ୍ୟକ୍ତି ସନ୍ତୋଷ କୁମାର ରଣା ଓ ଯୁବଶକ୍ତିର ସଭାପତି ଇଂ ମନିନ୍ଦ୍ର କୁମାର ଦାସ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବାଲେଶ୍ୱର ରକ୍ତ ଭଂଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ୱାଳ, ଟେକ୍ନିସିଆନ୍ ଦେବାଶିଷ ଦତ୍ତ, ଲକ୍ଷ୍ମିଧର ବାରିକ, ରକ୍ତଦାତା ସଂଘର ଜିଲା ସଭାପତି କମଳ ଚ କ୍୍ରବର୍ତ୍ତୀ, ନବେନ୍ଦୁ ପ୍ରଧାନ, ଯୁବଶକ୍ତିର ସଂପାଦକ ମାନସ କୁମାର ପାଠୀ, ସତ୍ୟଜିତ୍ ଧଳ, ସତ୍ୟରଂଜନ ପରିଡା, ସୁଭେନପ୍ଦୁ ଦାସ ମହାପାତ୍ର, ହେମନ୍ତ ଜେନା, ସାଗର ବିନ୍ଦୁ ଦେ, ପ୍ରଣବ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହାୟତା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଉଦୟ ନାରାୟଣ ପ୍ରଧାନ, ସହସଂଯୋଜକ ସୁଶାନ୍ତ ସିଂ, ଦେବେନ୍ଦ୍ର ବେହେରା, ରାଜିବ ପ୍ରଧାନ, ନାରାୟଣ ପଣ୍ଡା, ରବିନ୍ଦ୍ର ପଣ୍ଡା, ଦେବାଶିଷ ପଣ୍ଡା, ବିଜୟ ମହାନ୍ତି, ଅଜୟ ପଣ୍ଡା, ଦିବାକର ଗିରି, ତନୁଚଜ ଗିରି, ଦେବକୁମାର ବେହେରା, ନିମାଇଁ ବେହେରା, ଦିପକ ବେହେରା, ରଜତ କର, ବିଶ୍ୱନାଥ ମହାନ୍ତି, ବୁଦ୍ଧେଶ୍ୱର ବେହେରାଂ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରତ୍ୟେକ ରକ୍ତ ଦାତାଙ୍କୁ ମାକ୍ସ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା