ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ୭ନଂ ୱାର୍ଡ ବାଲିସାହିର ଉର୍ମିଳା ନାୟକ(୪୫) ଗ୍ରାମରେ କଳହ ଯୋଗୁଁ କେହି ତାଙ୍କ ପେଟକୁ ଜୋରରେ ପିଟି ଥିଲେ ବୋଲି ଅଭିଯୋଗ ହୋଇଥିଲା । ସେଥିପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶରୀରରେ ବ୍ଲଡ଼ ନ ଥିବା ଯୋଗୁଁ ଚିକିତ୍ସକ ରକ୍ତ ସଂଗ୍ରହ କରିବାକୁ କହିଥିଲେ । ତାଙ୍କର A+VE ରକ୍ତ ଆବଶ୍ୟକତା ଥିବାରୁ ଜଣେ ସାମାଜିକ ବ୍ୟକ୍ତି ରକ୍ତାଦାନ ପାଇଁ ଆଗେଇ ଆସିଥିଲେ । ସେ ହେଉଛନ୍ତି କେ.ଭୀମସେନ ପାତ୍ର । ଏହି ଭୀମସେନ ପାତ୍ରଙ୍କର କିଛି ବର୍ଷ ପୂର୍ବେ ସଡ଼କ ଦୁର୍ଘଟଣାରେ ଦୁଇଟି ହାତ କଟି ବିକଳାଙ୍ଗ ହୋଇ ଯାଇଥିଲେ । ତଥାପି ଜଣେ ଲୋକଙ୍କୁ ବିପଦରେ ରକ୍ତ ଦାନ କରିବାକୁ ତାଙ୍କର ଆଗ୍ରହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର A+VE ରକ୍ତ ଥିବାରୁ ବ୍ରହ୍ମପୁର ରକ୍ତଭଣ୍ଡାରକୁ ଆସି ରକ୍ତ ଦାନ କରିଛନ୍ତି । ତେଣୁ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ତରଫରୁ ଭୀମସେନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଭଳି ରକ୍ତ ଦାନ କରି ପ୍ରତ୍ୟେକ ଲୋକ ଅନ୍ୟକୁ ବଞ୍ଚାଇବା ଭଳି ମହତ କାମ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲ କହିଛନ୍ତି ।
ଅନ୍ୟ ପକ୍ଷରେ ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମର ଲକ୍ଷ୍ମୀଚରଣ ପଣ୍ଡାଙ୍କ ସ୍ତ୍ରୀ ସବିତା ପଣ୍ଡା କ୍ୟାନ୍ସର ରୋଗରେ ପୀଡିତ ହୋଇ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ବେଳେ ରକ୍ତର ଆବଶ୍ୟକ ଥିବା ଯୋଗୁଁ ଓ ତାଙ୍କର B+VE ରକ୍ତ ଆବଶ୍ୟକତା ହେତୁ ସଞ୍ଜୟ କୁମାର ପଣ୍ଡା ରକ୍ତ ଭଣ୍ଡାରରେ ରକ୍ତାଦାନ କରିଛନ୍ତି ।
ଆଉ ଏକ ଘଟଣାରେ ହିଞ୍ଜିଳିକାଟୁ ନିକଟସ୍ଥ ପାଲାରିଗଡ଼ ଗ୍ରାମର ନାରାୟଣ ଭୂୟାଁଙ୍କ ସ୍ତ୍ରୀ ପରି ଭୂୟାଁ ଟ୍ୟୁମର ଅପରେସନ ଯୋଗୁଁ A+ve ରକ୍ତ ଆବଶ୍ୟକ ପଡିଥିବାରୁ ଜଣେ ସାମାଜିକ ବ୍ୟକ୍ତି ବ୍ରହ୍ମପୁର ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତାଦାନ କରି ତାଙ୍କୁ ସାହାର୍ଯ୍ୟ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା