

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଭିକାରିପୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମଠାରେ ନୂତନ ବର୍ଷ ଅବସରରେ ଗ୍ରାମବାସିଙ୍କ ଉପସ୍ଥିତିରେ ସଭାପତି ଶିବରାମ ନନ୍ଦଙ୍କ ଅଧ୍ୟକ୍ଷତାରେ ରଘୁନାଥ ମନ୍ଦିର ନିର୍ମାଣ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ସମ୍ପାଦକ ଓ ଜିଲ୍ଲା ପ୍ରଭାରି ସମାଜସେବୀ ରଶ୍ମିରଞ୍ଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଦଣ୍ଡପାଣି ପାତ୍ର, ସୁରେନ୍ଦ୍ର କୁମାର ସେଠୀ, ସରପଞ୍ଚ ଧବେଳଶୂର ପ୍ରଧାନ ଯୋଗ ଦେଇଥିଲେ । ବୈଠକରେ ରଘୁନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମୂନ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏହି ପରିପ୍ରେକ୍ଷୀରେ ସଭାରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ବୈଠକ ଗ୍ରାମବାସି ଗଙ୍ଗାଧର ପ୍ରଧାନ, ଲଡୁ କିଶୋର ନନ୍ଦ, ବିଜୟ ଚନ୍ଦ୍ର ପାତ୍ର, ଇ. ବାବୁ ପତ୍ର, ଗଜେନ୍ଦ୍ର ପାତ୍ର, ନିରଞ୍ଜନ ପ୍ରଧାନ, ଭଗବାନ ବେହେରା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

