ରଙ୍ଗେଇଲୁଣ୍ଡା ବ୍ଲକରେ ୭୪ତମ ସ୍ୱାଧୀନତା ଦିବସ ପାଳନ…

ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ୭୪ତମ ସ୍ୱାଧୀନତା ଦିବସ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଦେଶ ଭକ୍ତିର ସହ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ କୋଭିଡ୍‌ କଟକଣା ମଧ୍ୟରେ ପାରମ୍ପରିକ ରୀତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ ମଧ୍ୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଜାତୀୟ ସଂଗୀତ ଗାନ କରାଯାଇଥିଲା । କରୋନା ମହାମାରୀ ସମୟରେ କିପରି ନିଜକୁ, ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ୧୬ ଜଣ କୋରନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନିତ କରାଯିବା ସହ ଚଳିତ ବର୍ଷ ଗୋପାଳପୁର ନିର୍ବାଚନ ମଣ୍ଡଳୀରୁ ଉତ୍ତୀନ୍ନ ହୋଇଥିବା ଦଶମ ଶ୍ରେଣୀର ଟପ ୧୦ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ଏଥିସହ ବ୍ଲକର ଅଧକ୍ଷା ସିଏଚ ଉଷାରାଣିଙ୍କୁ ମଧ୍ୟ ବିଧାୟକ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ ପ୍ରଭାତ ମହାପାତ୍ର, ରଙ୍ଗେଇଲୁଣ୍ଡା ସିଡିପିଓ ଜୋଛନା ପାଢ଼ୀ,ଏବିଡିଓ ତିରୁପତି ବାଲାଜୀ ସାମନ୍ତରାୟ, କନିଷ୍ଠ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକ, ପିଏ ମନମୋହନ ପାତ୍ର, ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା