ରଥଯାତ୍ରାରେ ଗଡିବ ନାହିଁ ରଥ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଥିବା ଏହାକୁ ଦୃଷ୍ଟିରେ ରଖି ଜିଲାରେ ଚଳିତ ବର୍ଷ କୌଣସି ସ୍ଥାନରେ ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏଥିପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତେ ସଚେତନତା ହେବାକୁ କହିଛନ୍ତି l ଜନସାଧାରଣଙ୍କୁ ରଥଯାତ୍ରାରେ କେହି ସାମିଲ ନ ହେବାକୁ ସେ ଅନୁରୋଧ କରିଛନ୍ତି । ପୂର୍ବରୁ ଜିଲାରେ ତାରାତାରିଣୀ ଯାତ୍ରା ବନ୍ଦ କରାଯାଇଥିଲା । ସେତେବେଳେ ଯେମିତି ଜନସାଧାରଣ ସହଯୋଗ କରିଥିଲେ, ସେହିଭଳି ରଥଯାତ୍ରା ନ କରାଇବାରେ ସହଯୋଗ କରନ୍ତୁ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା