ରଥ-ପଥ-ଜଗନ୍ନାଥ : ଶାନ୍ତି ଶୃଙ୍ଖଳା ସହ ବାହୁଡାଯାତ୍ରା ସମ୍ପନ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ବାହୁଡାଯାତ୍ରା ଅବସରରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁସ୍ଥାନରେ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡାଯାତ୍ରା ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ ହୋଇଛି । ବାହୁଡାଯାତ୍ରା ପୂର୍ବରୁ ପାରମ୍ପରିକ ରିତୀରେ ପ୍ରତ୍ୟେକ ମାଉସୀମା ମନ୍ଦିର ନିକଟରେ ଥିବା ରଥରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା । ଜଳେଶ୍ୱର ସହର ସନ୍ନିକଟରେ ବାଘବାଳି ଠ।।ରେ ଈଷ୍କନ ଜଗନ୍ନାଥ ମାଉସୀମା ବାଡିରେ ପୂର୍ବତନ ନଗରପାଳ ପବୀର କୁମାର ପ୍ରଧାନ ଛେରାପହଁରା କରିଥିବା ବେଳେ ମନମୋହନ ଦାସ, ପୂର୍ଣ୍ଣଚନ୍ଦ୍ର ଗୌର ଦାସ, ଅମ୍ରିତ ଶ୍ୟାମ ଦାସ, ଚନ୍ଦନ ଦାସ, ରାଧାଶ୍ୟାମ ଦାସ, ନାରାୟଣ ଦତ୍ତ, ହେମହରିପଦ ଦାସ ବ୍ରହ୍ମଚାରୀ ପ୍ରମୁଖ ଏହି କହାର୍ଯ୍ୟକୁ ପରିଚାଳନା କରିଥିଲେ । ପରେ ବାଘାବାଳିଠାରୁ କୃଷ୍ଣ ନଗରସ୍ଥିତ ଈଷ୍କନ ମନ୍ଦିରରୁ ଏ ସୁସଜ୍ଜିତ ଜଗନ୍ନାଥ ରଥ ବାହାରି ଜଳେଶ୍ୱର ସହର ପରିକ୍ରମା ସାରି କୃଷ୍ଣନଗରସ୍ଥିତ ଇସ୍କନ ମନ୍ଦିରକୁୁ ଯାଇଥିଲା । ସେହିପରି ବଡବଜାରସ୍ଥିତ ମାଉସୀମା ମନ୍ଦିରର ରଥକୁ ସମାଜସେବୀ ଲକ୍ଷ୍ମୀକାନ୍ତ କର ଛେରାପହଁରା କଲାପରେ ରଥଟଣା ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ନୂଆବଜାରସ୍ଥିତ ମାଉସୀମାବାଡିରୁ ତିନି ରଥକୁ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ପାଠୀ ଛେରାପହଁରା କରିବାପରେ ରଥଟଣା ଆରମ୍ଭ ହୋଇଥିଲ । ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଓ ଜଗନ୍ନାଥ, ବଳଭଦ୍ରଙ୍କ ରଥକୁ ଶ୍ରଦ୍ଧାୁ ଭକ୍ତମାନେ ୬୦ନଂ ଜାତୀୟ ରାଜପଥ ଦେଇ ନୂଆବଜାରସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚାଇଥିଲେ । ସେହିପରି ଛମୌଜ ସ୍ଥିତ ପାବନ କ୍ଷେତ୍ର, ସର୍ବପୁରାତନ ମାକିଡିଆସ୍ଥିତ ଜଗନ୍ନାଥ ମନ୍ଦିର, ପୁରୁଣାପାଣି, ହାତୀଗଡ, ରାଇବଣିଆ, ଖୁଆର୍ଡ, ସର୍ଦ୍ଦାରବନ୍ଧ, ଲୁହାପଡା, ଓଲମରା, କୁଅଁରପୁର, ଦକ୍ଷିଣପ୍ରହରାଜପୁର, ଖୁଦିଆମାଝିସାହି, ଶ୍ୟାମନଗର, ଚମାରଗାଁ, ଶିଖରପୁର, ବରଡିହା, ଶ୍ରୀରାମପୁର, ବାଘାବାଳୀ,ମହମ୍ମଦନଗରପାଟଣା, ନାମ୍ପୋ, ଡେମୁରିଆ, ସୁଗୋ, ନେତୁଆ, ଆମ୍ବଳିଅଠା, କାଶିଡିହା, ନଛିମପୁର, ଲକ୍ଷ୍ମଣନାଥ, ଅଗ୍ରୱାଲାଛକ, ନହଞ୍ଜରା, ଶାଳିକୋଠା, ପଶ୍ଚିମବାର୍ଡ, ଝାଡପିମ୍ପଳ, ବାଇଗଣବାଡିଆ, ପାଇକସିଦା, ଜମାଳପୁର, କୋଟସାହି, ଚୋରମରା ପ୍ରମୃତି ସ୍ଥାନରେ ଶାନ୍ତି ଶୃଙ୍ଖଳାସହ ପହଣ୍ଡି ବିଜେ ଓ ରଇଟଣା କାର୍ଯ୍ୟ ବହୁ ଉଲ୍ଲାସ ଉଦ୍ଦିପନା ମଧ୍ୟରେ ଶେଷ ହୋଇଛି । ପ୍ରତିକୂଳ ପାଗ ଯୋଗୁଁ ପ୍ରତ୍ୟେକ ସ୍ଥାନରେ ସାମାନ୍ୟ ଜନଗହଳି ପରିଲକ୍ଷିତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା