ରବିବାର ସନ୍ଧ୍ୟାସୁଦ୍ଧା ଭଟ୍ଟର ହସ୍ପିଟାଲରେ ଅଚଳାବସ୍ଥା ଦୂର ନ ହେଲେ ସୋମବାରରେ ତହସିଲ ଘେରାଉ:ବ୍ଲକ ଉପାଧ୍ୟକ୍ଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଗଷ୍ଟ ୧୫ ତାରିଖରେ ଜିକେ ଭଟ୍ଟର ହସ୍ପିଟାଲରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉପୁଜିଥିବା ଘଟଣାରେ ସ୍ୱାସ୍ଥ୍ୟସେବା ୨ଦିନ ଧରି ବନ୍ଦ ହୋଇ ଯାଇଛି । ଫଳରେ ସମଗ୍ର ଉତ୍ତର ବାଲେଶ୍ୱର ଅଂଚଳରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି । ଘଟଣାକୁ ନିନ୍ଦା କରି ଆଜି ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଏପରି ଏକ ଅଭାବନୀୟ ଘଟଣାକୁ ନିନ୍ଦା କରିଛନ୍ତି । ଘଟଣା ସଂପର୍କରେ ଆଇନ୍ ତା ବାଟରେ ଯିବାକୁ ଥିବା ବେଳେ ଏଠାରେ ସ୍ୱାସ୍ଥ୍ୟାସେବା ବନ୍ଦ ହୋଇଯିବାକୁ ସେ ନାପସନ୍ଦ କରି ଜିଲା ପ୍ରଶାସନକୁ ଓ ସ୍ୱାସ୍ଥ୍ୟା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି । ଥାନା ଓ ଡାକ୍ତରଖାନା ଦୁଇଟି ୨୪ ଘଣ୍ଟିଆ ସେବା ଜନସାଧାରଣଙ୍କୁ ଯୋଗାଇଥାଏ । ନୈତିକତା ଦୃଷ୍ଟିରୁ ଏହା ବ୍ୟାହତ ହେଲେ ଉପରିସ୍ଥ କର୍ମକର୍ତ୍ତା ଦାୟୀ ରହିବା ସ୍ୱାଭାବିକ୍ । ସିଡିଏମଓ ଗତ ଶୁକ୍ରବାର ମଧ୍ୟାହ୍ନରେ ତାଙ୍କୁ ଦେଇଥିବା ପ୍ରତିଶୃତି ପାଣିର ଗାର ହୋଇଛି । ଲୋକଙ୍କୁ ସ୍ୱାସ୍ଥ୍ୟସେବା ଭିଳି ମୌଳିକ ଅଧିକାର ମିଳିପାରୁ ନଥିବାରୁ ଜଳେଶ୍ୱରର ବୁଦ୍ଧିଜିବୀ, ସଂଗଠନ, କେତେକ ରାଜନୈତିକ ଦଳର ବ୍ୟକ୍ତିବିଶେଷଙ୍କୁ ନେଇ ଆସନ୍ତା ସୋମବାର ଜଳେଶ୍ୱର ତହସିଲ ସମ୍ମୁଖରେ ପ୍ରତିବାଦ ଜଣାଇ ଏକ ଗଣଧାରଣା ଅନୁଷ୍ଠିତ ହେବ ବୋଲି ଆଜି ସଂଧ୍ୟାରେ ବ୍ଲକ ପରିସାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସତ୍ୱେ ପ୍ରଶାସନ ଘଟଣାକୁ ହେୟ ଜ୍ଞାନ କଲେ ଆସନ୍ତା ମଙ୍ଗଳବାର ଦିନ ସେ ବ୍ଲକ ଉପାଧ୍ୟକ୍ଷ ପଦବୀ ଓ ତାଙ୍କ ଧର୍ମପତ୍ନୀ ମଂଜୁବାଳା ପ୍ରଧାନ କୋଟସାହି ପଂଚାୟତର ସରପଂଚ ପଦବୀରୁ ଇସ୍ଥାଫା ଦେଇ ଜନସାଧାରଣଙ୍କ ଲାଗି ଆନ୍ଦୋଳନରେ ସାମିଲ ହେବେବୋଲି କହିଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସୁଗୋ ସମିତି ସଭ୍ୟ ସଂଜୟ ମହାନ୍ତି, ଆରୁହାର ପୂର୍ବତନ ସରପଂଚ ମଧୁସୂଦନ ଦତ୍ତ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା