

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ପୋଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠା ଗତକାଲି ଉଦଘାଟିତ ହୋଇଯାଇଛି । ଏହି କୋଠାକୁ ଉଦଘାଟନ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ । ୧୫ ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୋଲିସକୁ ସେଥିରେ ସେମାନେ ଗଞ୍ଜାମ ଏସପିଙ୍କ ଅଣ୍ଡରରେ ରହିଥିବା ପ୍ରତ୍ୟେକ ଥାନାରେ ରହିଥିବା ସମସ୍ତ ୱାରେଣ୍ଟି ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଥିଲେ । ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ସମସ୍ତ ପୋଲିସ ଅଫିସରଙ୍କୁ ଧନ୍ୟବାଦ ଜଣାଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୋଲିସ ମହାନିର୍ଦେଶକଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ରାଜ୍ୟ ସରକାର ରମ୍ଭାରେ ଏପରି ଏକ କୋଠା ନିର୍ମାଣ କରିଥିବାରୁ ମହାନିର୍ଦେଶକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଡିଜିପିଙ୍କ ସହ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସମ୍ମାନିତ ଅତିଥିବାବେ ଯୋଗଦେଇ ଏହି କୋଠାରେ ଷ୍ଟାପ ମାନଙ୍କ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା କହିଥିଲେ । ଅପରାଧ ପ୍ରବଣ ରମ୍ଭା ଥାନା ଇଲାକକାରେ ନୂତନ ବ୍ୟବସ୍ଥା ଦ୍ୱାରା ଅପରାଧକୁ ରୋକା ଯାଇପାରିବ ବୋଲି କହିଥିଲେ । ସାଇବର କ୍ରାଇମକୁ ରୋକିବା ଲାଗି ଗଞ୍ଜାମ ପୋଲିସ ଜିଲ୍ଲାରେ ପୋଲିସ ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା କହିଥିଲେ । ଜନ ସଚେତନ ରହିଲେ ସାଇବର କ୍ରାଇମ ବହୁ ମାତ୍ରାରେ କମିଯିବ ବୋଲି ସାମ୍ବାଦିକଙ୍କ ଉତ୍ତରରେ ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଥିଲେ । ଏସପି ବ୍ରିଜେଶ କୁମାର ରାୟ, ଏସଡିପି ଓ ଗୌତମ କିଷାନ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ୱାବଧାନରେ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ, ରମ୍ଭା ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସରପଞ୍ଚ ନିରଞ୍ଜନ ରେଡି, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ସୁରଥ ପ୍ରଧାନ, ସରପଞ୍ଚ ପ୍ରତିନିଧି ଅମୂଲ୍ୟ ଦଳାଇ, ସମାଜସେବୀ ଦୈତାରୀ ବେହେରା, ଭୀମସେନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

