ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନାର ଜନୈକ ନା ବାଳିକାକୁ ଜଣେ ବିବାହିତ ଯୁବକ ନେଇ ଫେରାର ହେବାର ୩ ଦିନ ପରେ ପୋଲିସ୍ ଉଭୟଙ୍କୁ ପୁରୀ ଅଂଚଳର ଏକ ହୋଟେଲରୁ ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଖୁଦିଆମାଝୀସାହି ପଂଚାୟତର ଗଡସାହୀ ଗାଁର ୯ମ ଶ୍ରେଣୀ ଛାତ୍ରୀ ନିକଟସ୍ଥ ସ୍ଥାନକୁ ଟ୍ୟୁସନ ଯାଇଥିବା ବେଳେ ନଛିମପୁର ପଂଚାୟତର ଅଶୋକ ଦତ୍ତ ନାମକ ଜଣେ ଯୁବକ ତାଙ୍କୁ ଅପହରଣ କରିଥିବା ନା ବାଳିକାଙ୍କ ସମ୍ପର୍କୀୟ ରାଇବଣିଆ ଥାନାରେ ୬ ତାରିଖରେ ଅଭିଯୋଗ କରିଥିଲେ । ରାଇବଣିଆ ଥାନାରେ ୩/୨୦ ମୂଳେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନର ରେଳବାଇ ପୋଲିସକୁ ଖବର ଦେଇଥିଲା । ପରେ ରାଇବଣିଆ ପୋଲିସର ଏକ ଟିମ୍ ପୁରୀ ଗସ୍ତ କରି ଉଭୟଙ୍କୁ ଏକ ହୋଟେଲରୁ ଧରି ରାଇବଣିଆ ଫେରିଛନ୍ତି । ଆଜି କୁଶଗଡ ପାଣ୍ଡିର ଏଏସ୍ଆଇ ଭଗବାନ ଦାସ, ଆଇଆଇସି ଶ୍ରୀ ବେହେରା ଓ ଜଳେଶ୍ୱର ଏସଡ଼ିପିଓ ଅଙ୍କିତା କୁମ୍ଭାର ନାବାଳିକା ଘରକୁ ଯାଇ ସବିଶେଷ ତଥ୍ୟ ନେଇ ଫେରିଛନ୍ତି । ଅନ୍ୟପକ୍ଷରେ ଅପହର୍ତ୍ତା ଅଶୋକ ଦତ୍ତପୂର୍ବରୁ ୨ଟି ବିବାହ କରିଥିବା ବେଳେ ଏବେ ଅନ୍ୟଜଣେ ନାବାଳିକାକୁ ଅପହରଣ କରିଥିବାରୁ ବିଭିନ୍ନ ଅଞ୍ଚଳରେ ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଅନ୍ୟପକ୍ଷରେ ଧାରା ୬୩, ୬୬ ଓ ପୋସ୍କ ଏକ୍ଟ ଅନୁଯାୟୀ ନାବାଳିକାର ବୟାନ ରେକର୍ଡ କରାଯାଇଥିବା ଜଳେଶ୍ୱର ପୋଲିସ୍ ପ୍ରକାଶ କରିଛି ।
ରିପୋର୍ଟ : ଭୂପତି କୁମାର ପରିଡା