

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ସୋମବାର ବିଳମ୍ବିତ ରାତିରେ ବାଲେଶ୍ୱରରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ହାତୀଗଡ ଆସୁଥିବା ବେଳେ ରାଇବଣିଆ ଛକଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିବା ଜଣାପଡିଛି । ଏହାସହ ଏହି ଘଟଣା ମଙ୍ଗଳବାର ଭୋରରେ ଘଟିଥିବାରୁ ସ୍ଥାନୀୟ ଲୋକେ ଦୌଡି ଆସି ଟ୍ରକ୍ର ଟ୍ରାଇଭର ଓ ହେଲପରମାନଙ୍କୁ ଉଦ୍ଧାର କରିଥିଲେ । ପ୍ରକାଶଯୋଗ୍ୟ ଏହି ଟ୍ରକ୍ରୁ ୨ଜଣ ନାବାଳକ ହେଲପରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ମଟର ଟ୍ରାନ୍ସପୋଟ ବିଭାଗର ଏଥିପ୍ରତି ନଜର ରହୁନଥିବାରୁ ନାବାଳକମାନେ ଗାଡି ଚଳାଇବା, ହେଲପର ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଟ୍ରକ୍ର ନମ୍ବର ଓଆର୍୦୯-୯୦୬୧ । ଡ୍ରାଇଭରର ନାମ ଦେବେନ୍ଦ୍ର ସିଂ ।
ରିପୋର୍ଟ : ଭୂପତି କୁମାର ପରିଡା