ଜଳେଶ୍ୱର (ସମୃଦ୍ଧ ଓଡିଶା) ଇତିହାସ ଯୁଗର ରାଇବଣିଆ ଦୁର୍ଗ ଏବେ ଧ୍ୱଂସପ୍ରାୟ ହୋଇଥିବା ବେଳେ ଏହାର ସୁରକ୍ଷା ଲାଗି ସେ ଅଂଚଳରେ ଗଠିତ ରାଇବଣିଆ ଦୁର୍ଗ ସୁରକ୍ଷା ପରିଷଦ ବଦ୍ଧପରିକର ବୋଲି ଗତକାଲିର ବୈଠକରେ ସ୍ଥିର କରାଯାଇଛି । ରାଇବଣିଆର ନାରାୟଣ ଚନ୍ଦ୍ର ଦାସଙ୍କ ଘରେ ଆୟୋଜିତ କମିଟିର ବୈଠକରେ ପରିଦେର ସଭାପତି ପ୍ରଫୁଲ୍ଲ କୁମାର ସୁର ଅଧ୍ୟକ୍ଷତା କରିଥିଲେ । ପରିଦେର ସଂପାଦକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ରାଇବଣିଆ ଦୁର୍ଗକୁ ଲାଗି ୧୮ଟି ଛୋଟ ଛୋଟ ରହିଥିବା, ବହୁ କଳାକୃତି, ପ୍ରତିମୂର୍ତ୍ତୀ, ପ୍ରତୀକ ସେ ଯୁଗର କମାଣ ଇତ୍ୟାଦି ସେ ଅଂଚଳର ବିଭିନ୍ନ ସ୍ଥାନରୁ ମିଳୁଥିବା ବେଳେ ଏ ସବୁର ସୁରକ୍ଷା ଏବଂ କିର୍ତ୍ତୀରାଜିକୁ ଦୁବୃତ୍ତମାନେ ଅନ୍ୟତ୍ର ନେଇ ଯାଉଥିବାରୁ ଅତୀତରେ ତାର ପ୍ରତିରୋଧ କରାଯାଇଛି ଓ ଆସନ୍ତା ଦିନରେ କମିଟ ଏ ସବୁର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି ବୋଲି କହିଥିଲେ । କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ମହାପାତ୍ର, ରାଇବଣିଆ ଗଡପାଚେରୀକୁ କେତେକ ଠିକାଦାର ଧ୍ୱଂସ କରୁଥିବାରୁ ଏଥିଲାଗି ଆସନ୍ତା ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ହେବ ବୋଲି କହିଥିଲେ । ଅଦ୍ୟାବଧି ରାଇବଣିଆ ଦୁର୍ଗର ମୁଖ୍ୟ ସ୍ଥାନକୁ ଯାତାୟାତ ଲାଗି କଂକ୍ରିଟ ରାସ୍ତାଟିଏ ନିର୍ମାଣ ହୋଇନଥିବା ଏବଂ ସଂସ୍କୃତି ଓ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ନିର୍ମିତ ଜଗନ୍ନାଥ ମନ୍ଦିର କାର୍ଯ୍ୟ ଶେଷ ହୋଇନଥିବା, ଚଣ୍ଡି ମନ୍ଦିରର କାର୍ଯ୍ୟ ଶେଷ ନ ହେବା ସଂପର୍କରେ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଏଥିରେ ଆଦିକଂଦ ପ୍ରଧାନ, ନାରାୟଣ ପ୍ରସାଦ ଦାସ, ଅନନ୍ଦ କୁମାର ବିଶ୍ୱାଳ, ଦିଗାମ୍ବର ପ୍ରଧାନ, ଅଶିତ୍ ଚନ୍ଦ୍ର ଜେନା, ନିତ୍ୟାନନ୍ଦ କର, ଚିନ୍ମୟ ଘୋଷ, ଦିଲ୍ଲିପ ସାମଲ, ହରେକୃଷ୍ଣ ଦାସ, ସନ୍ତୋଷ ଜେନା, ଯତୀନ୍ଦ୍ର ଦାସ, ରଘୁନାଥ ରାଉତ, ରାଧାଶ୍ୟାମ ଜେନା, କୁଂଜ ବିହାରୀ ଗିରି ଓ ଅଶ୍ୱିନୀ କୁମାର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା