

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆର ଅତୀତ ଇତିହାସ, ବୀରତ୍ୱଗାଥା ଏବଂ ପ୍ରବାହମାନ ସମୟସ୍ରୋତରେ ଧ୍ୱଂସକିର୍ତ୍ତୀରାଜିର ସୁରକ୍ଷା ଏବେ ସମଗ୍ର ଓଡିଆବାସୀଙ୍କ ଲାଗି ଆହ୍ୱାନ ହୋଇଛି । କେବଳ ସରକାର ନୁହନ୍ତି, ଜନସାଧାରଣ ଏଥିଲାଗି ସଚେତନ ହୋଇ କାର୍ଯ୍ୟକରିବା ଏବଂ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ଜନନେତାଙ୍କର ପ୍ରଚେଷ୍ଟା ଜାରିରହିଲେ ଭବିଷ୍ୟତରେ ରାଇବଣିଆ ତାର ହୃତଗୌରବ ଫେରି ପାଇବ ବୋଲି ଆଜି ସେଠାରେ ଆୟୋଜିତ ସଭାରେ ମତପ୍ରକାଶ ପାଇଛି । ରାଇବଣିଆ ଗଡ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟତ ସଂଗଠନ ପକ୍ଷରୁ ଗଡଚଣ୍ଡି ସମ୍ମୁଖରେ ଆୟୋଜିତ ସାମ୍ବତ୍ସରିକ ଉତ୍ସବରେ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ସୁର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପୂର୍ବତନ କଲେଜ ଅଧ୍ୟକ୍ଷ ଅରବିନ୍ଦ ଗିରି ଯୋଗ ଦେଇ ଏକ ଜାତିର ଲୁପ୍ତ ଇତିହାସକୁ ସାଉଁଟି ଦିଗ୍ଦର୍ଶନ ଦେବା ତଥା ସଂଗୃହିତ କୀର୍ତ୍ତରାଜିର ସୁରକ୍ଷା କରିପାରିଲେ ସେ ଜାତିର ବିକାଶ ସମ୍ଭବ । ରାଇବଣିଆ ଅତୀତ ବୀରତ୍ୱର ଗାଥା ଓ ଧ୍ୱଂସ କିର୍ତ୍ତୀରାଜିର ସୁରକ୍ଷା ଲାଗି ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ । ଜନ୍ ବିନ୍ସଙ୍କର ଐତିହାସିକ ତଥ୍ୟକୁ ଆଧାର କରି ରାଇବଣିଆର ଲୁପ୍ତ ଇତିହାସରୁ ପର୍ଦ୍ଦା ହଟାଇବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ କବି କାଳୀପଦ ପଣ୍ଡା ଯୋଗ ଦେଇ ରାଇବଣିଆ ଆଂଚଳିକ ଇତିହାସ ପ୍ରକାଶିତ ହେଲେ ରାଇବଣିଆ ଦୁର୍ଗ, ଭକ୍ତକବି ଦୀନକୃଷ୍ଣ ଦାସ, କବି ବନମାଳୀ ସେନାପତି, ଡା ଲକ୍ଷ୍ମଣ ଜେନା ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଓ ସ୍ଥାନ ସଂପର୍କରେ ବହୁ ତଥ୍ୟ ମିଳି ପାରିବ । କଟକ ରେଳ ଷ୍ଟେସନ ବାରବାଟି ଦୁର୍ଗ ପ୍ରତୀକ ନିର୍ଣାମ ହେଲାପରି ଜଳେଶ୍ୱର ରେଳ ଷ୍ଟେସନର ସମ୍ମୁଖ ଭାଗ ରାଇବଣିଆ ଦୁର୍ଗ ଢାଞ୍ଚାରେ ନିର୍ମାଣ ହେଲେ ପର୍ଯ୍ୟଟନର ବିକାଶ ହେବା ସହିତ ଆସନ୍ତା ପିଢି ପାଇଁ ସଚେତନତା ସୃଷ୍ଟି ହୋଇ ପାରିବ । ସମ୍ମାନୀତ ଅତିଥିଭାବେ ଫକୀରମୋହନ ସାହିତ୍ୟ ପରିଷଦର ଉପସଭାପତି ଦୀନବଂଧୁ ଲେଙ୍କା, ସଂଧ୍ୟାର ସଂପାଦିକା ସିନ୍ଧୁ ସେନ, ଉତ୍କଳ ବଂଗର ମୌତ୍ରୀର ସଦସ୍ୟ ତଥା କବି ସୂର୍ଯ୍ୟ ନନ୍ଦୀ ଓ ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ ରାଉଳ ଯୋଗ ଦେଇ ରାଇବଣିଆଠାରେ ବିରଟ ରାଜାଙ୍କ ଗଡ ଓ ପରବର୍ତ୍ତୀ ସମୟରେ ଭୂୟାଁ ସମ୍ପ୍ରଦାୟର ଆଦିବାସୀ ଲୋକଙ୍କ ନେତୃତ୍ୱ ଜାହିତ ହୋଇଥିବା ସଂପର୍କରେ କହିଥିଲେ । ଏହି ଅବସରରେ ସଂଗଠନର ମୁଖପତ୍ର ଜାଗକଂକାଳକୁ ମୁଖ୍ୟ ଅତିଥି ଡ. ଅରବିନ୍ଦ ଗିରି ଓ ପୂର୍ଣ୍ଣଚନ୍ଦ୍ର ଓଝାଙ୍କ ନିରାମୟ ଜୀବନ ଗଢିବା ଆସ ପୁସ୍ତକକୁ ମୁଖ୍ୟବକ୍ତା କାଳୀପଦ ପଣ୍ଡା ଉନ୍ମୋଚିତ କରିଥିଲେ । ସଂପାଦକ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ରାଇବଣିଆ ଦୁର୍ଗକୁ ଘେରି ରହିଥିବା ୧୮ଟି ଦୁର୍ଗ ସମୁହ ଏବଂ ରାଇବଣିଆ ଇତିହାସ ତଥା ଲୁପ୍ତପ୍ରାୟ କୀର୍ତ୍ତିରାଜିକୁ ସଂଗ୍ରକ୍ଷଣ କରିବା ସଂପର୍କରେ ତାଙ୍କ ବିବରଣୀପାଠରେ କହିଥିଲେ । ଏହି ଅବସରରେ ସୂର୍ଯ୍ୟନନ୍ଦୀଙ୍କୁ ନରେନ୍ଦ୍ର କାମିଳା ସମ୍ମାନ, ପୂର୍ଣ୍ଣଚନ୍ଦ୍ର ଓଝାଙ୍କୁ କେଦାରନାଥ ସ୍ମୃତି ସମ୍ମାନ, ଜହରଲାଲ ଅଧିକାରୀଙ୍କୁ ରାଧାରଂଜନ ଦାସମହାପାତ୍ର ସମ୍ମାନ, ସାମ୍ବାଦିକ ସୁକୁମାର ରଣାଙ୍କୁ ନାରାୟଣ ସ୍ମୃତି ସମ୍ମାନ ଏବଂ ସମାଜସେବୀ ତଥା ଅଶ୍ୱିନୀ କୁମାର ଦାସଙ୍କୁ ଅନନ୍ତ ଘୋଷ ସମ୍ମାନ ପ୍ରଦାନ କରାଯାଇଥିଲା । କୁନି ପ୍ରତିଭା ସ୍ମୃତିସାଗରିକା ଜେନା, ସ୍ୱରଶୋଭିତ ଘୋଷ, ଦୁର୍ଗପ୍ରସାଦ ଦାସ, ଅରୂପ ପାତ୍ର, ଚୌଧୁରୀ ଶୁଭସ୍ମିତା ଓଝା ଓ ସୁଭଦ୍ର ପ୍ରିୟଦର୍ଶନୀ ଗିରିଙ୍କୁ ପୁରସ୍କୃତ କରାଯାଇଥିଲା । ଗତ ମ୍ୟାଟ୍ରିକ ଓ +୨ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସୁଶ୍ରୀ ରେଖା ମହାନ୍ତି, ସବିତା ମହାନ୍ତି ଓ ଆଦିଶ୍ରୀ ଖଟୁଆଙ୍କୁ ସୁଜାତା-ଅଞ୍ଜନ କୁମାର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହ ସଂପାଦକ ନାରାୟଣ ପ୍ରସାଦ ଦାସ, ଆଦିକନ୍ଦ ପ୍ରଧାନ, ମହେଶ ଘୋଷ, ସନ୍ତୋଷ ବାରିକ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନୃସିଂହ ଚରଣ ଦାସମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା
