ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟସିତ ରାଇବଣିଆରେ ଏକ ଗଣଦୁଷ୍କର୍ମ ଘଟଣାରେ ଚାରିମାସ ପରେ ଘଟଣାଟି ଜଣାଯିବା ପରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ୧୫ଦିନ ଧରି ପୋଲିସ୍ ଆଖିରେ ଧୂଳି ଦେଇ ଅଭିଯୁକ୍ତ ବିଭିନ୍ନ ସ୍ଥାରେ ଘୁରି ବୁଲୁଥିବା ଜଣାଯାଇଛି । ମାମଲାଟି ଦୁଇ ରାଜ୍ୟ ସୀମାରେ ଘଟିଥିବାରୁ ପୁଲିସ୍ପାଇଁ ତାହା ଏକ ଚାଲେଞ୍ଜ ସୃଷ୍ଟି ହୋଇଛି । ରାଇବଣିଆ ଥାନାର ସର୍ଦ୍ଦାରବନ୍ଧ ପଂଚାୟତର ୧୬ବର୍ଷ ବୟସ୍କ ଜନୈକ ନାବାଳିକାକୁ ନିକଟସ୍ଥ ପଶ୍ଚିମବଂଗର ଜାଦୁକାଠା ଗାଁର ଭରତ ମୁର୍ମୁର ପୁଅ ମିଥୁନ ମୁର୍ମୁ ଓ ସମରାୟ ବାସ୍କେର ପୁଅ ଦୀଲ୍ଲିପ ବାସ୍କେ ପ୍ରଲୋଭିତ କରି ଚତୁରତାର ସହ ନିକଟସ୍ଥ ଜଂଗଲାକୁ ଡାକିନେଇ ଥିଲେ । ଏହି ଦୁଇ ଯୁବକଙ୍କ ସହ ଅନ୍ୟ ୪ଜଣ ମଧ୍ୟ ନାବାଳିକାକୁ ସେଠାରେ ଦୁଷ୍କର୍ମ କରିବା ଓ ବିବସ୍ଥ୍ର କରି ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରି ଅତି ଅମାନୁସିକ ଭାବେ ଭାଇରାଲ କରିଥିଲେ । ରାଇବଣିଆ ଥାନାରେ ମାମଲା ରୁଜୁର ୧୫ ଦିନ ବିତିଥିଲେ ମଧ୍ୟ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଧରିବା ଦୁଇ ରାଜ୍ୟ ପୋଲିସ୍ ପକ୍ଷେ ସମ୍ଭବ ହୋଇପାରିନାହିଁ । ବିଭିନ୍ନ ଦଫାରେ ମାମାଲ ୧୮/୧୯ ରୁଜୁ କରି ପୋଲିସ୍ ଘଟଣା ସ୍ଥଳକୁ ଯାଇ ଫେରୁଥିଲେ ମଧ୍ୟ ଅଭିଯୁକ୍ତମାନେ ନିକଟସ୍ଥ ଅଂଚଳରେ ବୁଲୁଥିବାର ଜଣାଯାଇଛି । ବାଲେଶ୍ୱର ଓ ପଶ୍ଚିମ ମେଦିନୀପୁର ଜିଲା ପୋଲିସ୍ କର୍ତ୍ତୃପକ୍ଷ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଧରିବାରେ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା