ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ ସେବା ସମବାୟ ସମିତିରେ ପ୍ରାୟ ୪ଶହ ଚାଷୀ ଧାନ ବିକ୍ରି ଲାଗି ପଞ୍ଜିକରଣ କରିଥିଲେ ମଧ୍ୟ ବହୁଚାଷୀ ସେଥିରୁ ବଞ୍ଚିତ ହୋଇଛନ୍ତି । ନିୟମ ଅନୁଯାୟୀ ସମସ୍ତ ଟୋକନ୍ପ୍ରାପ୍ତ ଚାଷୀ ଧାନବିକ୍ରୟ କରିବା କଥା । କିନ୍ତୁ ତାହା ନ କରି କେତେକଙ୍କ ଠାରୁ ୩୦ପ୍ରତିଶତ ତ ଅନ୍ୟ କେତେକଙ୍କ ଠାରୁ ୭୫ ପ୍ରତିଶତ ବିକ୍ରି କରିଥିଲେ ମଧ୍ୟ ସମସ୍ତ ଧାନ କିଣା ଯାଇ ପାରି ନାହିଁ । କେତେକ ଚାଷୀ ଘରୋଇ କ୍ରେତା ଠାରୁ କ୍ରୟ କରି ମଣ୍ଡିରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ପୁଣି ଚାଷୀଙ୍କଠାରୁ କ୍ୟୁଣ୍ଟାଲ ବିଛା ୭-୮ କେଜି ଧାନ କଟିନି ଛଟିନି ହେଉଥିବାର ତଥା ଧାନବୁରା ଚାଷୀଙ୍କୁ କିଣିବାକୁ ପଡୁଥିବାରୁ ଏ ସମସ୍ତ ବିଷୟରେ କର୍ତ୍ତୃପକ୍ଷ ନ୍ୟାୟ ଦେବାକୁ ଅଭିଯୋଗ ହୋଇଛି । ଅନ୍ୟଥା ଆସନ୍ତା ୩୦ ତାରିଖରେ ରାଇବଣିଆ ସେବା ସମବାୟ ସମିତିର ତାଲା ପକାଇବାର ଚାଷୀମାନେ ସ୍ଥିର କରିଥିବାର ସେମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଭାବେ ଜଣାଇଛନ୍ତି । ଏଥିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁକୁମାର ଘୋଷ, ସଂଜୟ କୁମାର ଜେନା, ଚିଦାନନ୍ଦ ଘୋଷ, ମାନସ କୁମାର, ମହିରତନ ସୁକୁଲୁ, ରାମଚନ୍ଦ୍ର ଗାନ୍ଧି, କାହ୍ନୁ ଚରଣ ଗାନ୍ଧି, ନୃସିଂହ ଜେନା, ଉତ୍ତମ ଦାସ, ଗୋକୁଳ ନନ୍ଦନ ଘୋଷ, ଭୂବନ ଚରଣ ମହାନ୍ତି ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା