ରାଉରକେଲାରେ କୁମାର ଉତ୍ସବ -୨୦୨୪ ମହାସମାରୋହରେ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାର ର ମିଳିତ ଆନୁକୂଲ୍ୟ ରେ କୁମାର ଉତ୍ସବ -୨୦୨୪ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାସ୍ତା ଓ ଗୃହନିର୍ମାଣ ବିଭାଗର ଅତିରିକ୍ତ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ କଳିଙ୍ଗ ଟ୍ରମା ହସ୍ପିଟାଲ ର ମୁଖ୍ୟ ଡାକ୍ତର ଉତ୍ତମ ଚରଣ ଜେନା ଭାବେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଭଞ୍ଜ ସାଂସ୍କୃତିକ ନ୍ୟାସ ର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ସ୍ବାଗତ ଭାଷଣ ଓ ସଭାପତି ଚନ୍ଦ୍ରଶେଖର ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନନ୍ଦ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମକୁ ବଞ୍ଚାଇ ରଖିଥିବା ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଡାକ୍ତର ଶ୍ରୀ ଜେନା ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା କୁ ଅନନ୍ୟ ଓ ଓଡ଼ିଆ ଭାବେ ଗର୍ବିତ ବୋଲି ମତ ରଖିଥିଲେ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କଳା ଓ ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ ଓଡ଼ିଶାର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ସଙ୍ଗୀତ ମହାବିଦ୍ୟାଳୟର ଅଧକ୍ଷ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତ ନିର୍ଦ୍ଦେଶକ ଡଃ ବିଜୟ କୁମାର ଜେନା ଙ୍କୁ “କୁମାରଉତ୍ସବ ସମ୍ମାନ – ୨୦୨୪ ରେ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତିଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନୃତ୍ୟ ଗୁରୁ ପୁଷ୍ପା ମିଶ୍ର ଙ୍କ ନିର୍ଦ୍ଦେଶନା ରେ ଶ୍ରୀ ଜଗନ୍ନାଥ କଳା ପରିଷଦ ଦ୍ବାରା”କୁଆଁର ପୁନେଇ ଜହ୍ନ ଗୋ “ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ କରୁଣାକର ସେଠୀ, ହରପ୍ରିୟା ସ୍ବାଇଁ ଓ ରାଉରକେଲାର ଭାସ୍କର ଚନ୍ଦ୍ର ପୁହାଣ ଙ୍କ ସହ କିଛି ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ଵାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଉତ୍ସବରେ ରାଉରକେଲାର ବହୁ ସଂଖ୍ୟାରେ ଜନସାଧାରଣ, ସଂସ୍କୃତିପ୍ରେମୀ ବନ୍ଧୁମାନଙ୍କୁ ସପରିବାରେ ଓ ସବାନ୍ଧବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଜ୍ୟୋସ୍ନା ସାହୁ ସଂଯୋଜନା କରିଥିଲାବେଳେ ପରିଚାଳନା ରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପାତ୍ର, ଡ଼ଃ ସନାତନ ପ୍ରଧାନ,ମୁଖପାତ୍ର କୁଞ୍ଜବିହାରୀ ରାଉତ, ଟୁକୁଲା ପାଢ଼ୀ, ଅଶୋକ କୁମାର ବଳ , ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ଜ୍ୟୋତି ରଞ୍ଜନ ମହାପାତ୍ର, ପଞ୍ଚାନନ ପାତ୍ର, ଡ଼ ବସନ୍ତ କୁମାର ଦାସ, ବାଉରୀବନ୍ଧୁ ସାହୁ,ଡ଼ଃ ଜୟନ୍ତୀ କୁମାରୀ ପାଢ଼ୀ, ପର୍ଶୁରାମ ପଟ୍ଟନାୟକ, ପ୍ରଳୟ ଶତପଥୀ, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ : ସସ୍ମିତା ପ୍ରଧାନ ଓ ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *