ରାଉରକେଲା(ସମୃଦ୍ଧଓଡିଶା)ପଦ୍ମବର୍ଣ୍ଣା ସାଂସ୍କୃତିକ ଅନୁଷ୍ଠାନ ଓ ସେକ୍ଟର ୬ ଲକ୍ଷ୍ମୀପୂଜା କମିଟିର ମିଳିତ ଆନୁକୂଲ୍ୟରେ ୨୪ତମ ମୁକ୍ତମଞ୍ଚ ନାଟକ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପୁରସ୍କାର ବିତରଣ ସନ୍ଧ୍ୟା ରେ କମିଟିର ସଭାପତି ଗଣେଶ୍ୱର ରାୟ ଙ୍କ ସଭାପତିତ୍ବ ଓ ପଦ୍ମବର୍ଣ୍ଣା ର ସମ୍ପାଦକ ବିଘ୍ନେଶୁ କୁମାର ସ୍ବାଇଁ ଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ବଳଙ୍କ ସଂଯୋଜନାରେ ରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ସୁଜିତ ସ୍ବାଇଁ ଓ ପ୍ରଶାନ୍ତ ସେଠୀ ଯୋଗଦେଇ ଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନାଟକ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ନାଟକ ଶିଖିବାର ବୟସ ନଥାଏ ଓ ନାଟକ ଗର୍ବ ଅହଙ୍କାରକୁ ସ୍ଥାନ ଦେଇନଥାଏ । ଯାତ୍ରା ହେଉଛି ଆମ ସଂସ୍କୃତି ବୋଲି କହିଥିଲେ । ଏହି ଅବସରରେ ଗତ ୩ଦିନ ଧରି ଚାଲିଥିବା ନାଟକ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। ଫଳାଫଳ ଅନୁଯାୟୀ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଭାବେ ସେକ୍ଟର ୬ କୋଶଳ ନାଟକ ପରିଷଦର ନାଟକ ଧରିଥିଲି ହାତ ହେଲା ହତିଆର ଟ୍ରଫି ସହ ନଗଦ ୨୦ହଜାର, ଦ୍ବିତୀୟ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଯାଜପୁର ଆହ୍ବାନ ଥିଏଟରର ନାଟକ କିଏ କେବେ ଦେଖିଥିଲା କି କୁ ଟ୍ରଫି ସହ ନଗଦ ୧୫ହଜାର ଓ ତୃତୀୟ ଶ୍ରେଷ୍ଠ ପ୍ରାୟୋଜିତ ନାଟକ ଭାବେ ସେକ୍ଟର ୨ସ୍ଥିତ ଓଁ ଶ୍ରୀ କଳା ନିକେତନର ନାଟକ ଭୁଲ ତୋର ଭୋଗୁଛି ମୁଁ କୁ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା ପୁରସ୍କାର ବିତରଣ କରାଯାଇଥିଲା । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଗୈାତମ ମହାନନ୍ଦ, ଦ୍ବିତୀୟ ରେ ବିଶ୍ବଜିତ ସାହୁ ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ବିତ ସ୍ବାଇଁ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ କ୍ରମାନ୍ୱୟରେ ସଞ୍ଜୀବ ନାଗ, ଅରୁଣ ସାହୁ, ବିଶ୍ବଜିତ ସାହୁ, ଶ୍ରେଷ୍ଠ ନାଟ୍ୟକାର ଭାବେ ଗୈାତମ ମହାନନ୍ଦ ଓ ଦ୍ବିତୀୟ ଶ୍ରେଷ୍ଠ ନାଟ୍ୟକାର ଭାବେ ବିଶ୍ବଜିତ ସାହୁ, ଶ୍ରେଷ୍ଠ ଅଭିନେତା ଭାବେ କ୍ରମାନ୍ୱୟରେ ରାଜେନ୍ଦ୍ର ସାହୁ, ସତ୍ୟନାରାୟଣ ପ୍ରଧାନ ଓ ଦେବ ପ୍ରଧାନ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧୁମିତା ମହାନନ୍ଦ,ତମନ୍ନା ମହାନ୍ତି ଓ ଅଞ୍ଜଳି , ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ମନୋଜ ମଲ୍ଲିକ, ଦ୍ବିତୀୟ ରେ ଅଙ୍କିତ ସାହୁ, ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଭାବେ ମାମା, ଦ୍ବିତୀୟ ରେ ରାଜଲକ୍ଷ୍ମୀ ପ୍ରଧାନ, ଶ୍ରେଷ୍ଠ ଖଳନାୟକ ଭାବେ ସୁନିଲ ଦାସ, ଦ୍ବିତୀୟ ରେ ମହେଶ୍ବର ପଣ୍ଡା, ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ସୁବଳ ମହାନନ୍ଦ, ଦ୍ବିତୀୟ ରେ ନନ୍ଦକିଶୋର ସାହୁ, ଶ୍ରେଷ୍ଠ ଶିଶୁ କଳାକାର ଭାବେ ହର୍ଷିତା ମହାନନ୍ଦ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ସାନ୍ତ୍ଵନା ମୂଳକ ପୁରସ୍କାରରେ ଶ୍ରାବଣୀ ଗୋଛୟତ, ପ୍ରିତୀ ନାୟକ, ଅମରେଶ ବେହେରା, ସବ୍ୟସାଚୀ ରାଉତରାୟ, ସନ୍ତୋଷ ସୋରେନ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ନାଟକ ପ୍ରତି ସମର୍ପିତ ଥିବା ଅରକ୍ଷିତ କୁମାର ପାତ୍ର ଓ ମନ୍ମଥ ନାୟକଙ୍କୁ ମାନପତ୍ର ପୁଷ୍ପଗୁଛ ଉପଢୌକନ ଓ ମେମୋଣ୍ଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଚାରକ ଭାବେ ନାଟ୍ୟକାର ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଓ ଦୀନେଶ ଦାସ ଦାୟିତ୍ଵ ତୁଲାଇଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ପାଣ୍ଡବ ଲେଙ୍କା ଓ ଅନ୍ୟ ମାନେ ସହଯୋଗ କରିଥିଲେ। ଶେଷରେ ସହ ସାଂସ୍କୃତିକ ସମ୍ପାଦକ ପଞ୍ଚାନନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ