ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ହତ୍ୟାକାଣ୍ଡ। ଜଣେ ଯୁବତୀଙ୍କୁ ହତ୍ୟା କରିଛନ୍ତି ଆଉ ଜଣେ ଯୁବତୀ। ସହରର ଗୌରୀ ନଗର ଲେନ୍-୫ରେ ଘଟିଛି ଏହି ହତ୍ୟାକାଣ୍ଡ।ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲିଙ୍ଗରାଜ ଥାନା ପୁଲିସ୍ ଅଭିଯୁକ୍ତ ଯୁବତୀକୁ ଅଟକ ରଖି ପଚରାଉଚରା କରୁଛି। ସେ ହତ୍ୟା କରିଥିବା ନେଇ ପୁଲିସ୍ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି। ରାଗି ଯାଇ ସେ ଏମିତି କରିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ନାମ ଅଳକା ଏବଂ ତାଙ୍କୁ ହତ୍ୟା କରିଥିବା ଯୁବତୀଙ୍କ ନାମ ଅନୀତା। କୌଣସି କାରଣରୁ ଅତ୍ୟନ୍ତ ରାଗି ଯାଇ ଅନୀତା ଅଳକାଙ୍କା ତଣ୍ଟିକାଟି ହତ୍ୟା କରିଥିବା ପୋଲିସକୁ କହିଛି । ତେବେ କେଉଁ କାରଣ ଯୋଗୁ ରାଗିଲେ , ତାହା ଜଣାପଡ଼ିନି।ଏ ଦୁଇ ଯୁବତୀ ଏକ ଭଡ଼ା ଘରେ ଦୀର୍ଘବର୍ଷ ହେଲା ଏକାଠି ରହୁଥିଲେ। ଆଜି ସକାଳେ ଘର ମାଲିକ ଜଣେ ଯୁବତୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ। ସବିଶେଷ ସୂଚନାକୁ ପ୍ରତୀକ୍ଷାରେ ଆମ ପ୍ରତିନିଧି ।