ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରାଜପୁର ଗାଁର ରାଜା ବାରିକ(୩୨)ର ମୃତ୍ୟୁ ଟାଇଫଏଡ ନା କରୋନା ଜନିତ ଏଥିନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ରାଜପୁର ଗାଁର ଖୋକନ ବାରିକଙ୍କ ପୁଅ ରାଜା ବାରିକ ଗାଁରେ ବେଶ ପରିଚିତ । କିନ୍ତୁ ଗତ ୩ଦିନ ଧରି ତାକୁ ଜ୍ୱର ହେବାରୁ ତଥା ଗାଁରେ କରୋନା ପଜେଟିଭ୍ ଦେଖା ଦେଇଥିବାରୁ ସେ ସନ୍ଦେହରେ ଥିଲେ । ଟାଇଫଏଡ୍ ହୋଇଥିବା କେତେକ ପ୍ରକାଶ କରିଥିବା ବେଳେ ଆଜି ସକାଳେ ଜଳେଶ୍ୱର ଡିସ୍ପେନ୍ସରିରୁ ଔଷଧ ଆଣି ଖାଇଥିଲେ । କିନ୍ତୁ ଦ୍ୱି ପ୍ରହରରେ ହଠାତ୍ ପଡିଯାଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ ଓ ସରପଂଚ ଦିଲ୍ଲିପ ପରିଡା କହିଛନ୍ତି । ତାଙ୍କୁ ଜିକେଭଟ୍ଟର ହସ୍ପିଟାଲ ଆଣିବାପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଗ୍ରାମର କିଛିଲୋକ ଏହା କରୋନା ଜନୀତ ମୃତ୍ୟୁବୋଲି ଅଭିଯୋଗ କରିଛନ୍ତି । ପ୍ରକାଶଯୋଗ୍ୟ ଗତ ୨ଦିନ ତଳେ ତାଙ୍କୁ ଜ୍ୱର ଥିବାର ଜାଣି ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀ ଔଷଧ ଦେଇଥିବା ବେଳେ ଗାଁରେ ଗଠିତ ଭିଲେଜ୍ କମିଟି ନିକଟରେ କୌଣସି ରିପୋଟ୍ ନଥିବା ଡା. ପ୍ରଭାସ ଚନ୍ଦ୍ର ନାୟକ ସାମ୍ବାଦିକଙ୍କ ପ୍ରଶ୍ନଉତ୍ତରରେ କହିଛନ୍ତି । ଜ୍ୱର ସହିତ ନିଶ୍ୱାସ ନେବାରେ ଅସୁବିଧା ଥିବାର କୁହାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା