ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଭୋଗରାଇର ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଏକ ରାଜସ୍ୱ ବିଭାଗର ଟିମ୍ ଚୋରା ବାଲିଗାଡି ଉପରେ ଚଢାଉ କରିଥିଲେ । ଏଥିରେ ନମ୍ବର ବିହିନ ୫ଟି ଟ୍ରାକ୍ଟର ଓ ଓଆର୍୧୧ଏଫ୨୧୬୦ ଟ୍ରାକ୍ଟର ଓ ଅନ୍ୟଏକ ଡମ୍ପରକୁ ଜବତ୍ କରିଛନ୍ତି । ଏ ସଂପର୍କରେ ବାଲେଶ୍ୱର ଉପଜିଲାପାଳ ଈଶ୍ୱର ଆଶିଷ ପଟେଲଙ୍କ ମତାମତ ଲୋଡିବାରୁ ସେ କହିଲେ ଡମ୍ପର ଗୁଡିକରୁ ୧ଲକ୍ଷ ଟଙ୍କା ଓ ଟ୍ରାକ୍ଟର ଗୁଡିକରୁ ୬୦ହଜାର ଟଙ୍କା ଲେଖାଏ ଜୋରିମାନା ଆଦାୟ କରାଯିବାର ଆପାତତଃ ସ୍ଥିର କରାଯାଇଛି । ଫଳରେ ଚୋରାବାଲି ପରିବହନ ରୋକା ଯାଇପାରିବ ।
ରିପୋର୍ଟ : ଭୂପତି କୁମାର ପରିଡା