ରାଜ୍ୟବ୍ୟାପି ବିଜେପିର ତାଲା ପକା ଅଭିଯାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ଵରେ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜ ଗଞ୍ଜାମ ଜିଲ୍ଲାରେ ତାଲା ପକା ଅଭିଯାନ ହୋଇଥିଲା । ଶହ ଶହ ଯୁବ ମୋର୍ଚ୍ଚା କାର୍ଯ୍ୟ କରା ସ୍ଥାନରେ ଏସପି ଅଫିସ ସମ୍ମୁଖରେ ରାଲିରେ ଯାଇ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରେ ତାଲା ପକାଇଥିଲେ । ଦୀର୍ଘ ୧୮ ବର୍ଷ ଶାସନ କାଳରେ ବିଜେଡି ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି । ଏଥିପାଇଁ ଯୁବକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଯୁବ ମୋର୍ଚ୍ଚା ତରଫରୁ ସମଗ୍ର ଜିଲ୍ଲାରେ ଥିବା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । କିନ୍ତୁ କିଛି ଫଳପ୍ରଦ ନହେବାରୁ ଆଜି ଏହିପରି ପଦକ୍ଷେପ ନିଆଯାଇଥିବା ସଭାପତି ପ୍ରକାଶ କରିଛନ୍ତି । ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରେ ଖାଲି ରେଜିଷ୍ଟ୍ରେସନ ହୋଇଛି କିନ୍ତୁ ନିଯୁକ୍ତିର ନାମ ଗନ୍ଧ ନାହିଁ  । ବିଗତ ୮ ବର୍ଷରେ ଏହି ଅଫିସରେ ପାଖାପାଖି୧୩୦୩୯୭ ରେଜିଷ୍ଟ୍ରସନ ହୋଇଥିବାବେଳେ କେବଳ ୪୧୦ ଜଣ ନିଯୁକ୍ତି ପାଇଛନ୍ତି । ଏହି ବିକ୍ଷୋଭରେ ଜିଲ୍ଲାସଭାପତି କାହ୍ନୁ ଚରଣ ପତି, ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର, ଜିଲ୍ଳାସାଧାରଣ ସମ୍ପାଦକ ଵିକେଶ ପାଣିଗ୍ରାହୀ, ଶୁଭାଶିଷ ସାହୁ, ଉପସଭାପତି ରଘୁନାଥ ରେଡ୍ଡି, ସମ୍ପାଦକ ବାପି ପ୍ରଧାନ, କିରଣ ସାହୁ, ରମା ପଣ୍ଡା, ମଣ୍ଡଳ ସଭାପତି ମଧୁସୂଦନ ସାହୁ, ଦିନ ବନ୍ଧୁ, ପ୍ରଶାନ୍ତ ଗୌଡ଼, ତାରକେଶ୍ଵର ରେଡ୍ଡି, ଶ୍ରୀ କୁମାର ପୁରୋହିତ,  ଶିବ ନାୟକ, ହରେକୃଷ୍ଣ, ବାସୁଦେବ କିଶୋର, ରବି ରଣା, ବାଳକୃଷ୍ଣ ପ୍ରଧାନ, କିଶୋର କବି, ପ୍ରତାପ ବିଷୋଇ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୂର୍ଯ୍ୟମଣି ପତ୍ର, ସନ୍ତୋଷ ସାହୁ, କମଳ ପତ୍ର, ଆଲୋକ ଚୌଧୁରୀ, ଚନ୍ଦନ ସାହୁ, ଫକୀର ବେହେରା, ସିଙ୍ଗାର ଶଙ୍କର ପଣ୍ଡା, ନିରଞ୍ଜନ ସ୍ଵାଇଁ, ନାରାୟଣ ସାହୁ, ହୃସିକେଶ ପଢି, ରାଜେଶ ମଝି, ରିତେନ ସାହୁ, ପ୍ରବୀନ ସେଠି, ବୁଲୁ ଦାସ, କେଶବ ଚନ୍ଦ୍ର ପଢି, ବରିଷ୍ଠ  ନେତା ଶିଶିର ପଢି, ରାଜେଶ ସାହୁ, ରବି ସାହୁ, ଶରତ କୁମାର ସାହୁ, ରାମ ସାମଲ, ରାମ ପତ୍ର, ପ୍ରଭାତ କିରନ ଷଡ଼ଙ୍ଗୀ,   ମଦନ ମୋହନ ପାତ୍ର, ସଂଗ୍ରାମ ମିଶ୍ର, ଶିବ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା