ରାଜ୍ୟରେ ଚାଷୀ ସରକାର ଗଠନ ପାଇଁ ମସୁଧା : ଚାଷୀ ଦଳ ଏଥର କରିବେ ଖେଳ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ରାଜ୍ୟରେ ଚାଷୀମାନେ ଚାଷୀ ଦଳ ନାମରେ ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କଲେଣି I ଚାଷୀ ମାନେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ଚାଷୀ ଦଳ ଚାହିଁଲେ ସରକାରକୁ ବଦଳାଇ ଦେଇପାରିବେ I ସେଥିପାଇଁ ଚାଷୀ ନେତା ଏହି ଅଭିଯାନ ପାଇଁ ଆହ୍ୱାନ ଦେଲେଣି ଏଥର କରିବେ ଖେଳ I ଗଞ୍ଜାମ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ବ୍ରହ୍ମପୁର ଗଣେଶ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଗଠକ ସୁଦର୍ଶନ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀକୁ ଉଦବୋଧନ ଦେଇ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ ଦେଶର ଜନ ସଂଖ୍ୟାର 80 ଭାଗ ହେଉଛନ୍ତି କୃଷକ l ସେମାନେ କିନ୍ତୁ ସର୍ବାଧିକ ଅବହେଳାର ଶିକାର ହୋଇ କଳାତିପାତ କରୁଛନ୍ତି l ଏହାର କାରଣ ସେମାନେ ଅସଂଗଠିତ l ଆଉ ଯେବେବି ସଂଗଠିତ ହୋଇ ରାଜଧାନୀ ପ୍ରତିବାଦ କରିବାକୁ ଯାଉଛନ୍ତି ସରକାର କେବେବି ସେମାନଙ୍କୁ ପ୍ରତିବାଦ କରିବାର ସୁଯୋଗ ଦେଉ ନାହାନ୍ତି l ଏ ଅବିଚାର ବିରୁଦ୍ଧରେ ଚାଷୀ କୂଳକୁ ଏକାଠି ହେବାକୁ ପଡିବ l ଗୋଟିଏ କୃଷି ପ୍ରଧାନ୍ୟ ରାଜ୍ୟରେ କୃଷକ ସରକାର ପ୍ରତିଷ୍ଠା ନ ହେଲେ ଚାଷୀ ସମସ୍ୟାର ସମାଧାନ ହୋଇପାରିବ ନାହିଁ l ଯଦି ରାଜ୍ୟରେ ଚାଷୀ ସରକାର ପ୍ରତିଷ୍ଠା ହୁଏ ତେବେ ପ୍ରଥମେ ବାର୍ଦ୍ଧକ୍ୟ ଭତ୍ତା ଠାରୁ ଚାଷୀ ପେନସନ ଓ ଶିକ୍ଷା ସ୍ୱାସ୍ଥ୍ୟର ଦାୟିତ୍ୱ ସରକାର ବହନ କରିବେ , ଶିକ୍ଷା ଓ ସ୍ୱାସ୍ଥ୍ୟର ଖର୍ଚ୍ଚ ବଜେଟ ସାଧାରଣ ଲୋକ ବହନ କରିବେ ନାହିଁ ଆଉ ଏ ସରକାର ଗଠନ ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ l ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଲେ ନବୀନଙ୍କ ଲମ୍ବା ଶାସନରେ ଚାଷୀ ସବୁଠୁ ତଳି ତଳାନ୍ତ ହୋଇଛନ୍ତି l ଏ ପର୍ଯ୍ୟନ୍ତ ଜମିକୁ ଜଳ ଦେବା କଥା ସରକାର ନିଷ୍ପତି ନେଇ ନାହାନ୍ତି l ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନି ଓଡିଶା । ଛତିଶଗଡ଼ ଧାନ କିଣାରେ ବୋନସ ଦେଲାବେଳେ ତେଲେଙ୍ଗାନା ସରକାର ଏକର ପିଛା ଦଶହଜାର ଟଙ୍କା ପ୍ରୋତ୍ସାହନ ଦେଉଛନ୍ତି l ଅନ୍ୟ ପକ୍ଷରେ ନବୀନ ଓଡ଼ିଆ ଯୁବକ ଚାଷୀଙ୍କର ବିକାଶ ପରିବର୍ତ୍ତେ କେବଳ ଭୋଟକୁ ଲକ୍ଷ୍ୟ ରଖି ଯୋଜନା କରୁଛନ୍ତି l ଏହା ବିରୁଦ୍ଧରେ ସାରା ଓଡ଼ିଶାରେ ରାଜନୈତିକ ଅଭିଯାନ ଚାଲିବ । ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ଭରତ ତାଙ୍କ ବକ୍ତବ୍ୟରେ କହିଥିଲେ , ଯେ ଆଜି ଯେଉଁ ପୂର୍ଣ୍ଣାଙ୍ଗ ଓଡିଶା ଆମେ ଦେଖିଛୁ ତାହା ସଫଳ ହୋଇଛି ଗଞ୍ଜାମ ଲୋକଙ୍କ ସଂଗ୍ରାମ ଯୋଗୁଁ l ଏହି ମାଟି ନେତୃତ୍ବ ନେବ ସରକାର ପରିବର୍ତନ ଓ କୃଷି ସରକାର ପାଇଁ ଲଢେଇ ଜୋରଦାର ହେବ l ଏହା ସାରା ଓଡ଼ିଶାରେ ପ୍ରଭାବ ପକେଇବ l ରାଜ୍ୟ କମିଟି ସଦସ୍ୟ ପ୍ରଶନ୍ନ କୁଅଁର କହିଥିଲେ, ଯେ ‘ଚାଷୀର ସ୍ଥାନୀୟ ଉତ୍ପାଦନ କିଆ ଫୁଲ ଏବଂ କାଜୁ କୁ ମୂଲ୍ୟ ଯୁକ୍ତ କରାଯିବ ସହ କିଆ ଫୁଲ ଚାଷକୁ କୃଷୀର ମାନ୍ୟତା ପ୍ରଦାନ କରାଯାଉ l ଏହି ସମ୍ମିଳନୀରେ ଇଜୁ ଆମିନ ଖାନ, ଦେବି ପ୍ରସାଦ ମହାରଣା, ମନୋଜ ମିଶ୍ର, ଅଶ୍ୱିନୀ ଜେନା, ନିରଞ୍ଜନ ପ୍ରଧାନ, ଅମିତ ରାଉଳ , କୁମୁଦ ଗୌଡ଼, ବିବେକାନଦ ବାରିକ, ଲକ୍ଷଣ ଦାସ, ଅରୁଣ ବେହେରା, ବି.କୋରେଶ ପାତ୍ର, ହରିବନ୍ଧୁ ପ୍ରଧାନ, ନରସିଂହ ପ୍ରଧାନ, କୃଷ୍ଣ ନାହାକ, ସୁବୋଧ ସୁମନ ସ୍ୱାଇଁ , ରଞ୍ଜନ ସ୍ୱାଇଁ , ମାନସ ଦାସ ଓ ନିରଞ୍ଜନ ଟହଲ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା