

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେବାପରେ ଗଞ୍ଜାମଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । କୌଣସି ସରକାରୀ ସ୍ଥାନ ଓ କାର୍ଯ୍ୟାଳୟରେ ରାଜନୈତିକ ଦଳ, ବ୍ୟକ୍ତି ବା ଅନୁଷ୍ଠାନର ହୋଡିଂ ପୋଷ୍ଟର ବା ବ୍ୟାନକୁ ହଟେଇବାକୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ବିଭିନ୍ନ ସହରର ଛକ, ରେଳଷ୍ଟେସନ, ପେଟ୍ରୋଲ ପମ୍ପ, ବସଷ୍ଟାଣ୍ଡ ଆଦି ସ୍ଥାନମାନଙ୍କରେ ଲଗାଯାଇଥିବା ବ୍ୟାନର ଓ ହୋଡିଂ ହଟାଯାଇଥିବା ଖବର ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
