ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଛତ୍ରପୁରର ୪ ଛାତ୍ରଛାତ୍ରୀ …

ଛତ୍ରପୁର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଆସନ୍ତା ୨୫ରୁ ୨୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୪ ଛାତ୍ରଛାତ୍ରୀ  ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଅନସ୍ଲୋ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର କାହ୍ନୁ ଶବର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉତ୍କଳିକା ପରମାଣିକ, ସୁନ୍ଦରେଶ୍ୱର ହାଇସ୍କୁଲର ଭୂଦେବୀ ରେଡ୍ଡୀ । ଏହି ଛାତ୍ରଛାତ୍ରୀମାନେ ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଦୌଡକୁଦ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ ମହାପାତ୍ର, ଅନସ୍ଲୋ ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ଅରୁଣ କୁମାର ମନସିଂ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା