ଭୁବନେଶ୍ବର(ସମୃଦ୍ଧଓଡିଶା) ଭୁବନେଶ୍ୱର ସ୍ଥିତ କୃଷି ଭବନ ଅଡିଟୋରିଅମରେ ରାଜ୍ୟ ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ମହା ସମାରୋହରେ ପାଳନ କରାଯିବା ସହିତ ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ପାଳନ କରାଯାଇଛି | ଏହି ବର୍ଷର ବିଷୟବସ୍ତୁ ହେଉଛି:- ମୃତ୍ତିକା ଯତ୍ନ: ପରିମାପ, ପର୍ଯବେକ୍ଷଣ, ପରିଚାଳନା l ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ପ୍ରମୁଖ ଥିଲେ l ଓଡ଼ିଶାର କୋଣ ଅନୁକୋଣରୁ ଅଭିଜ୍ଞ ଚାଷୀ, କୃଷି ବିଶେଷଜ୍ଞ,ବୈଜ୍ଞାନିକ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ l ମାଆ ,ମାଟି ଓ ମନୁଷ୍ୟର ସମ୍ପର୍କ ଆବାହନ କାଳରୁ ଅତି ନିବିଡ, ଶାଶ୍ଵତ ଓ ଚିରନ୍ତନ। ବର୍ତ୍ତମାନ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ପରିମାପ, ପର୍ଯ୍ୟବେକ୍ଷଣ ଓ ସୁପରିଚାଳନା ଅତି ଗୁରୁତ୍ୱପୁର୍ଣ ମୃତ୍ତିକାକୁ ଯୁଗ ଯୁଗ ପାଇଁ ସୁସ୍ଥ ଓ ଉତ୍ପାଦନକ୍ଷମ କରି ରଖିବା ପାଇଁ ଯେଉଁ ଯତ୍ନ ଆବଶ୍ୟକ, ସେଥିପାଇଁ ଆମ ପରମ କର୍ତ୍ତବ୍ୟର ସ୍ମୃତିଚାରଣ ସକାଶେ ପ୍ରତି ବର୍ଷ ଡ଼ିସେମ୍ବର ୫ ତାରିଖ କୁ ସାରା ପୃଥିବୀରେ “ବିଶ୍ୱ ମୃତ୍ତିକା ଦିବସ” ରୂପେ ପାଳନ କରାଯାଇ ଆସୁଅଛି | ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ଲୋକେ ଅଧିକ ପରିମାଣର ଉତ୍ପାଦନ ଓ ଲାଭ ପାଇବା ଆଶାରେ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି l କିନ୍ତୁ ଏହା ଧୀରେ ଧୀରେ ମାଟିର ସ୍ୱାସ୍ଥ୍ୟ ଓ ଉତ୍ପାଦନ କ୍ଷମତାକୁ ହ୍ରାସ କରୁଛି ଏବଂ ଦୀର୍ଘ ସମୟ ଧରି ରାସାୟନିକ ସାର ଓ କୀଟନାଶକ ବ୍ୟବହୃତ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି l ତେଣୁ ଆମେ ନିଜର ଶରୀର ଓ ମୃତ୍ତିକାର ସ୍ୱାସ୍ଥ୍ୟର ଯତ୍ନ ନେବା ଆଜିର ସମୟରେ ନିହାତି ଆବଶ୍ୟକ l ଏହି ପରିପ୍ରେକ୍ଷିରେ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏକ ସଫଳ ଚାଷୀ ଭାବେ ଉଦାହରଣ ଦେଇଥିଲେ l ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ଖତ, ସାର ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ l ଓୟୁଏଟି ମୃତ୍ତିକା ଓ ରସାୟନ ବିଭାଗର ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼. ସୁବୋଧ କୁମାର ସାହୁ ଓ ଡ଼. ରବୀନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ରଚିତ “ଓଡିଶାର ମୃତ୍ତିକା ସମସ୍ୟା ଏବଂ ତାର ପରିଚାଳନା” ଶୀର୍ଷକ ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା | କୃଷି ଓ କୃଷକ ସଶକ୍ତିକରଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ମୃତ୍ତିକା ସୁସ୍ଥତା ପାଇଁ ମାଟି ପରୀକ୍ଷା ଅନୁଯାୟୀ ସନ୍ତୁଳିତ ସାର ପ୍ରୟୋଗ ଓ ଜୈବିକ କୃଷି ଉପରେ ଗୁରୁତ୍ୱ ଆରୋପ କରିଥିଲେ |ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ୩ ସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ l ଏଥିରେ, ମୃତ୍ତିକାର ଅବକ୍ଷୟକୁ ରୋକିବା, ଆବଶ୍ୟକ ନ ଥିଲେ ସାର ବ୍ୟବହାର କରିବା ନାହିଁ ଏବଂ ନିରନ୍ତର ମୃତ୍ତିକା ପରିଚାଳନା ଅଭ୍ୟାସ ରହିଛି l କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ ତଥା ପାରମ୍ପାରିକ ଶସ୍ୟର ସରଂକ୍ଷଣ ପାଇଁ ଆଜି ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଆଜି ରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି l କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ନିଖିଲ ପବନ କଲ୍ୟାଣ ଓଡିଶା ମୃତ୍ତିକାର ଅବକ୍ଷୟ ଓ ତାର ପୁନରୁଦ୍ଧାର ସମ୍ପର୍କରେ କହିଥିଲେ | ବିଶ୍ଵ ମୃତ୍ତିକା ଦିବସ ଆନୁକୂଲ୍ୟରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ ଟିକିରାଣୀ ଦାସ, ଜଗଦୀଶ ମାଝୀ, ଶୁଭଶ୍ରୀ ମୁଦୁଲୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବୈଷୟିକ ଉପସ୍ଥାପନ ବିଭାଗରେ ରାଜ ପ୍ରତୀକ ଦାସ, ସୁଲଗ୍ନା ମହାନ୍ତି, ଶୟନ୍ତୀକା ଭୌମିକ, ସୃଷ୍ଟି ସୌରଭ ମିଶ୍ର ପୁରସ୍କୃତ ହୋଇଥିଲେ l ସେହିଭଳି ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିମନ୍ତେ ଅନୁଗୁଳର ସରତୁକା ଚନ୍ଦ୍ର ଦେହୁରୀ, ବରଗଡ଼ର ଶ୍ୟାମଘନ ପ୍ରଧାନ, ଯାଜପୁରର କିଶୋରିକାନ୍ତ ରାଉତ, ଝାରସୁଗୁଡ଼ାର ନଳିନୀ ପଟେଲ, କନ୍ଧମାଳର ବୃନ୍ଦାବନ ମଲ୍ଲିକ, ସମ୍ବଲପୁରର ସନ୍ତୋଷ ଧାରୁଆ ଓ ସୁନ୍ଦରଗଡ଼ର ଅମିତ କୁମାର ନାଏକଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ l ୫ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା | ଶେଷରେ ଯୁଗ୍ମ କୃଷି ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ : ରଜତ ମହାପାତ୍ର
State-level World Soil Day – 2024 Observed
Bhubaneswar:(Samrudha Odisha ) The state-level World Soil Day 2024 was observed at the Krushi Bhavan Auditorium in Bhubaneswar, with similar events being held at the district level as well. This year’s theme was “Caring for Soil: Measure, Monitor Manage.” The chief guest at the event was Hon’ble Deputy Chief Minister and Minister of Agriculture and Farmers’ Empowerment, Shri Kanak Vardhan Singhdeo. Other distinguished guests included Principal Secretary of the Department of Agriculture and Farmers’ Empowerment Dr. Arabind Kumar Padhee, Director of Agriculture Shri Prem Chandra Choudhary, and Director of Horticulture and Soil Conservation, Shri Nikil Pawan Kalyan. Experienced farmers, agricultural experts, scientists, and students from across Odisha were also present at the event. The relationship between Mother Earth, Soil, and Humanity has been deeply rooted, eternal, and timeless since ancient times. At present, climate change is a major global issue, and the monitoring, measurement, and proper management of soil health are critically important to maintain the soil’s health and productivity for generations to come. In this context, every year on December 5th, the World Soil Day is observed worldwide to remind us of our responsibility toward soil health. Hon’ble Deputy Chief Minister Shri Kanak Vardhan Singhdeo stated that, nowadays people use more fertilizers and pesticides to increase production and earn more profits. However, this is gradually deteriorating soil health and productivity, and in the long-term consumption of these vegetables with chemical fertilizers and pesticides is causing various diseases in humans such as cancer. Therefore, it is essential to take care of both human health and soil health. In this regard, he referred to Union Minister Shri Gajendra Singh Shekhawat as an exemplary farmer and advised the use of organic manure and fertilizers as an alternative to chemical fertilizers and pesticides. A book titled “odishara Murtika Samasya ebong tara parichalana” authored by distinguished agricultural scientists Dr. Subodh Kumar Sahu and Dr. Rabindra Kumar Nayak, was also released during the event. The principal secretary of Agriculture and Farmers’ Empowerment Dr. Arabind Kumar Padhee emphasized the importance of balanced fertilizer application and organic farming for maintaining soil health. He also provided three key recommendations for soil health management: preventing soil erosion, avoiding the unnecessary use of fertilizers, and practicing sustainable soil management. In recognition of her notable contributions to the conservation of traditional crops, the President Awarded Doctorate degree was conferred upon a custodian millet farmer Raimati Ghiuria from Odisha today. Director Agriculture Shri Prem Chandra Choudhury delivered a welcome speech, presenting details regarding soil health management. Shri Nikil Pawan Kalyan, Director of Horticulture and Soil Conservation, Odisha, discussed the issues of soil degradation and its restoration in the state. In the poster competition related to World Soil Day, winners such as Tikirani Das, Jagdish Majhi, and Shubashree Muduli were awarded. Similarly, the following individuals were recognized for their outstanding contributions to soil health: Sartuka Chandra Dehury from Angul, Shyamaghana Pradhan from Baragarh, Kishorikanta Rout from Jajpur, Nalini Patel from Jharsuguda, Brundaban Mallik from Kandhamal, Santosh Dharua from Sambalpur, and Amit Kumar Naik from Sundargarh. Additionally, five farmers were given Soil Health Cards. The event concluded with a vote of thanks delivered by the Joint Director of Agriculture, Shri Basanta Kumar Dey.
Report by Rajat Mohapatra