ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନାରୀମାନଙ୍କୁ ସଚେତନତା କରାଇବା ଓ ସୁସ୍ଥ ସମାଜ ଗଠନରେ ନାରୀର ଅଂଗୀକାର ବର୍ଦ୍ଧତାକୁ ନେଇ ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ବ୍ରହ୍ମପୁର ଠାରେ ରାଜ୍ୟସ୍ତରୀୟ ମହିଳା ସମ୍ମିଳନୀ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଚର୍ଚ୍ଚା ରୋଡ଼ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ପକ୍ଷରୁ ମହାନ ସଂଘ ମହିଳା ବିଭାଗ ଓ ଅନ୍ୟାନ୍ୟ ମହିଳା ସଂଗଠନର ମିଳିତ ସହଯୋଗରେ ଏହି ସମ୍ମିଳନୀ ସଫଳ ନିମନ୍ତେ ମହାନ ସଂଘ ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା । ଏଥିରେ ମହାନ ସଂଘ କେନ୍ଦ୍ରୀୟ ସଭାପତି ସୁଶାନ୍ତ କୁମାର ସାବତ ଯୋଗଦେଇ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ଓ ସମ୍ମିଳନୀ ମାଧ୍ୟମରେ ନାରୀମାନଙ୍କର ସହଯୋଗ ଆବଶ୍ୟକ ଓ ସମ୍ମିଳନୀ ମାଧ୍ୟମରେ ନାରୀମାନଙ୍କର ସ୍ୱାଭିମାନ ଓ ସଫଳତା ଦିଗରେ ସହାୟକ ହେବ ବୋଲି ସୂଚନା ଦେଇଥିଲେ । ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କ୍ଷେତ୍ରର ପାଞ୍ଚଶତରୁ ଉର୍ଦ୍ଧ୍ୱ ମହିଳା ପ୍ରତିନିଧିଙ୍କ ସମେତ ବହୁ ବିଶିଷ୍ଟ ନାରୀନେତ୍ରୀ, ସମାଜସେବିକା ଲେଖିକା ଶିକ୍ଷାବିତ୍ , ପ୍ରଶାସନିକ ଅଧିକାରୀ ଅଂଶ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଅଛି । ଏହି ଅବସରରେ ନାରୀମାନଙ୍କ ବିଷୟ ସମ୍ବଳିତ ଏକ ସ୍ମରଣିକା ‘ସ୍ୱାଭିମାନିନୀ’ ପ୍ରକାଶିତ ହେବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସାହିତ୍ୟ ବିଭାଗର ସମ୍ପାଦିକା ଶ୍ରୀମତୀ ଲୋପା ସାମଲ, ଭାରତୀ ପାତ୍ର, ରତ୍ନାମଣି କଟନ, ଗୀତାଞ୍ଜଳି ସାହୁ, ତେଜସ୍ୱିନୀ ପାତ୍ର, ସୁଜାତା ପାଣିଗ୍ରାହୀ, ବିନୀତା ପାତ୍ର, ଗୀତାରାଣୀ ସାହୁ, ପ୍ରଣତି ପଣ୍ଡା, ଜିଲ୍ଲା ପରିଷଦ ଉପଦେଷ୍ଠା ଶ୍ରୀମତୀ ସ୍ନେହଲତା ପଣ୍ଡା, କିରଣ ବାଳା ମିଶ୍ର, ଜେ.ନାଗମଣି, ବି.ଜୟଲକ୍ଷ୍ମୀ, ଆର.ସୁନନ୍ଦା ଚୌଧୁରୀ ଓ ମମତା ବିଷୋୟୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମହିଳା ବିଭାଗର ସମ୍ପାଦିକା ଭାରତୀ କୁସୁମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା