ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରେ ନିଖିଳ ଓଡିଶା ଆଇନଜୀବୀ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ନିଖିଳ ଓଡ଼ିଆ ଆଇନଜୀବୀ ସଂଘର ୪୮ତମ ବାର୍ଷିକ ସମ୍ମିଳନୀ ପୂର୍ବ ନିର୍ଦ୍ଧାରିତ ଅନୁଗୁଳରେ ନ କରାଯାଇ ଅନ୍ୟ ଏକ ସ୍ଥାନରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ଓକିଲ ସଂଘ ତରଫରୁ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା କରିବା ସହ ଖୁବଶୀଘ୍ର ସ୍ଥାନ ନିରୂପଣ କରାଯିବ ବୋଲି ସଂଘର ଉପସଭାପତି ଏକ ପ୍ରେସ ବିବୃର୍ତ୍ତିରେ ଜଣାଇଛନ୍ତି । ସଂଘ ସଭାପତି ବିଚିତ୍ର କୁମାର ବଡ଼ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ଯୁବ ସଭାପତି ଶିଶିର କୁମାର ପାଢ଼ୀ, ନିରଞ୍ଜନ ନାୟକ, ପ୍ରଦୀପ ପଟ୍ଟନାୟକ, ଅକ୍ଷୟ କୁମାର ପତି, ଶୁଶାନ୍ତ ବରାଳ, ମୁକ୍ତିକାନ୍ତ ସାହୁ, ଦେବାଶିଷ ମିଶ୍ର, ପୀତବାସ ପଣ୍ଡା, ଗୋପାଳ କୁମାର ପଣ୍ଡା, ଦିଲୀପ କୁମାର ପଣ୍ଡା, ହରି ନାରାୟଣ ସ୍ୱାଇଁ, ସଂଗ୍ରାମ ଦାସ ପ୍ରମୁଖ ଯୋଗ ଦେଇଥିବା ଆଇନଜୀବୀ ସଂଘର ଉପସଭାପତି ପ୍ରଦୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା