ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ନିଷ୍ପତି ସଂପର୍କରେ ଘୋଷଣା କରିଛନ୍ତି । ଆଉ ତାହା ହେଉଛି ଏଣିକି ରାଜ୍ୟ ସଚିବାଳୟ ନାମ ପରିବର୍ତ୍ତନ ହୋଇ ହେବ “ଲୋକସେବା ଭବନ” । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବୀ ରଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ,ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମାଷ୍ଟର, ଆଉ ସେମାନଙ୍କୁ ସେବା ଯୋଗାଇଦେବାର ହେଉଛି ସରକାରଙ୍କ କାମ । ସେଥିପାଇଁ ସରକାର ସବୁବେଳେ ୫ଟି ଉପରେ ପ୍ରାଧ୍ୟାନ୍ୟ ଦେଇ ଆସୁଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଓଡିଶା ସଚିବାଳୟ ବା ସେକ୍ରେଟେରିଏଟ ନାମ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ସବୁ ରାଜ୍ୟରେ ସରକାରଙ୍କ ମୁଖ୍ୟ ଦପ୍ତରରକୁ ସଚିବାଳୟ ବା ସେକ୍ରେଟେରିଏଟ ବୋଲି କୁହାଯାଇଥାଏ । ଏଥିରେ ଓଡିଶା ବୋଧହୁଏ ନାମ ପରିବର୍ତ୍ତନରେ ପ୍ରଥମ ରାଜ୍ୟ ହେବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶାର ସାଢେ ଚାରିକୋଟି ଲୋକେ ପଞ୍ଚମ ଥର ପାଇଁ ସରକାର ଗଢିବାକୁ ସୁଯୋଗ ଦେଇଛନ୍ତି । ମୁଖ୍ୟତଃ ସରକାରଙ୍କ ସଫଳ ଯୋଜନା ହିଁ ଏହାର ମୁଖ୍ୟ କାରଣ । ସେହି ଯୋଜନାଗୁଡିକ କିପରି କାର୍ଯ୍ୟକାରୀ ହେବ ସେ ନେଇ ସରକାର ଆହୁରି ଅଧିକ ଧ୍ୟାନ ଦେବେ ବୋଲି ଗୃହକୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସିକ ନିଷ୍ପତି ସଂପର୍କରେ ଘୋଷଣା କରିଛନ୍ତି । ଆଉ ତାହା ହେଉଛି ଏଣିକି ରାଜ୍ୟ ସଚିବାଳୟ ନାମ ପରିବର୍ତ୍ତନ ହୋଇ ହେବ “ଲୋକସେବା ଭବନ” । ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବୀ ରଖିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ,ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମାଷ୍ଟର, ଆଉ ସେମାନଙ୍କୁ ସେବା ଯୋଗାଇଦେବାର ହେଉଛି ସରକାରଙ୍କ କାମ । ସେଥିପାଇଁ ସରକାର ସବୁବେଳେ ୫ଟି ଉପରେ ପ୍ରାଧ୍ୟାନ୍ୟ ଦେଇ ଆସୁଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଓଡିଶା ସଚିବାଳୟ ବା ସେକ୍ରେଟେରିଏଟ ନାମ ପରିବର୍ତ୍ତନ କରାଯିବ । ବର୍ତ୍ତମାନ ସବୁ ରାଜ୍ୟରେ ସରକାରଙ୍କ ମୁଖ୍ୟ ଦପ୍ତରରକୁ ସଚିବାଳୟ ବା ସେକ୍ରେଟେରିଏଟ ବୋଲି କୁହାଯାଇଥାଏ । ଏଥିରେ ଓଡିଶା ବୋଧହୁଏ ନାମ ପରିବର୍ତ୍ତନରେ ପ୍ରଥମ ରାଜ୍ୟ ହେବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶାର ସାଢେ ଚାରିକୋଟି ଲୋକେ ପଞ୍ଚମ ଥର ପାଇଁ ସରକାର ଗଢିବାକୁ ସୁଯୋଗ ଦେଇଛନ୍ତି। ମୁଖ୍ୟତଃ ସରକାରଙ୍କ ସଫଳ ଯୋଜନା ହିଁ ଏହାର ମୁଖ୍ୟ କାରଣ। ସେହି ଯୋଜନାଗୁଡିକ କିପରି କାର୍ଯ୍ୟକାରୀ ହେବ ସେ ନେଇ ସରକାର ଆହୁରି ଅଧିକ ଧ୍ୟାନ ଦେବେ ବୋଲି ଗୃହକୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ରିପୋର୍ଟ : ଆକାଶ ମିଶ୍ର