ରାଜ୍ୟ ସରକାର ତୁରନ୍ତ ସମସ୍ତଙ୍କୁ ପ୍ରତିଶୃତି ଅନୁଯାଇ ଭତ୍ତା ପ୍ରଦାନ ନ କଲେ ରାଜ୍ୟ ସଂଘର୍ଷ ସମିତି ଆନ୍ଦୋଳନ କରିବ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡିଶା ଭତ୍ତା ପ୍ରଦାନ ସଂଘର୍ଷ ସମିତି ପକ୍ଷ ରୁ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପରିସରରେ ସମିତିର ପ୍ରତିଷ୍ଠା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ସମ୍ମିଳନୀ ର ପ୍ରାରମ୍ଭ ରେ ଅତିଥି ମାନଙ୍କୁ ନେଇ ପ୍ରଦୀପ ପ୍ରଜ୍ବଳନ ଓ ଦେଶାତ୍ମକବୋଧ ସଂଗୀତ ଗାନ କରାଯାଇଥିଲା ଏହି ପ୍ରତିଷ୍ଠା ସମ୍ମିଳନୀ ରେ ସମିତି ର ଆବାହକ ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ଅତିଥିମାନଙ୍କ ମଧ୍ୟରେ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ ଗୋକୁଳାନନ୍ଦ ମହାପାତ୍ର ବିଶିଷ୍ଠ ସମାଜସେବୀ ବୈକୁଣ୍ଠନାଥ ସାହୁ. ସୁଶାନ୍ତ କୁମାର ପରିଡା. ସେକ ଆଜାଦ ଅଲ୍ଲି ବିଷ୍ଣୁ ପ୍ରସାଦ ଦାସ. ଚିନ୍ମୟୀ ଭଞ୍ଜ. ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜ ନିଜ ର ବକ୍ତବ୍ୟ ରେ ପ୍ରକାଶ କଲେ କି ରାଜ୍ୟସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତି ଅନୁଯାଇ ସମସ୍ତଙ୍କୁ ଟ 3000/ଓ 3500/ ଟଙ୍କା ଏଯାବତ କାର୍ଯକାରୀ ହୋଇପାରିନାହିଁ ସମ୍ବିଧାନ ରେ ଥିବା ଧାରା 21 ଅନୁଯାଇ ସାମାଜିକ ସୁରକ୍ଷା ଦେବା ଜରୁରୀ ଥିବା ବେଳେ ବର୍ତମାନ ର ବିଜେପି ସରକାର ଏହାକୁ ଅଣଦେଖାକଲେ. ଜିଲ୍ଲା ଠାରୁ ରାଜ୍ୟପର୍ଯ୍ୟନ୍ତ 34 ଲକ୍ଷ ରୁ ଉର୍ଦ୍ଧ ଭର୍ତ୍ତା ଧାରୀ ଙ୍କ ଅଧିକାର କୁ ନେଇ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ବକ୍ତା ମାନେ ଆହ୍ୱାନ ଦେଇଥିଲେ. ସମ୍ମିଳନୀ 74ଜଣିଆ କାର୍ଯ୍ୟକାରୀ ରାଜ୍ୟ କମିଟି ଗଠନ କରିବା ସହିତ ନୂତନଭାବେ ପ୍ରତିନିଧିଙ୍କ ଦ୍ଵାରା ନିର୍ବାଚିତ ମୁଖ୍ୟଉପଦେଷ୍ଟା ଗୋକୁଳାନନ୍ଦ ମହାପାତ୍ର. ସଭାପତି ବିଦ୍ୟାଧର ମହାନ୍ତି ସାଧାରଣ ସମ୍ପାଦକ ବୈକୁଣ୍ଠନାଥ ସାହୁ ଉପସଭାପତି ସୁଶାନ୍ତ କୁମାର ପରିଡା. ଅମୁଲ୍ୟକୁମାର ପରିଡା. ସହସମ୍ପାଦକ ଝୁନୁଲତା ଦାସ ନିର୍ବାଚିତ ହେବା ସହିତ ସମ୍ମିଳନୀ ର ସିଦ୍ଧାନ୍ତ ଅନୁଯାଇ ଆସନ୍ତା 10 ତାରିଖ ମଧ୍ୟରେ ସମସ୍ତ ଜିଲ୍ଲା କମିଟି ଗଠନ ହେବବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ଏହି ସମ୍ମିଳନୀ ରେ ବକ୍ତା ବିଶ୍ୱଜିତ ବିଶ୍ୱାଳ. ଚମ୍ପେଶ୍ୱର ସାହୁ. ପ୍ରଦୀପ କୁମାର ବେହେରା. ଜଗନ୍ନାଥ ଜେନା. ସେକଆଜାଦ ଅଲ୍ଲି. ରବୀନ୍ଦ୍ର ଚନ୍ଦ୍ର ପ୍ରଧାନ. ଟୁକୁନି ନନ୍ଦ. ଭଜମନ ନାୟକ. ଦୀନବନ୍ଧୁ ମଲ୍ଲିକ. ସବିତା ମହାପାତ୍ର ପ୍ରମୁଖ ସାଙ୍ଗଠନିକ ସମ୍ମିଳନୀ ର ଆଲୋଚନା ରେ ଅଂଶଗ୍ରହଣ କରିଥିଲେ |

ରିପୋର୍ଟ : ରଜତ ମହାପାତ୍ର