ରାଜ୍ୟ ସରକାର ବଇରୀ ପାଲଟିଛନ୍ତି : ନିରଞ୍ଜନ

ଭୁବନେଶ୍ୱର (ଆକାଶ ମିଶ୍ର ) : ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ପରିବର୍ତେ ବଇରୀ ସାଜିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି, ବାତ୍ୟା ତିତ୍ଲି ମୁକାବିଲାରେ ରାଜ୍ୟ ସରକାର ଶୋଚନୀୟ ଭାବେ ବିଫଳ ହୋଇଛନ୍ତି । ବାତ୍ୟା ପରବର୍ତୀ ସମୟରେ ବର୍ଷା ଓ ତଦ୍ଜନିତ ପରିସ୍ଥିତି ମୁକାବିଲାରେ ବିଜେଡି ସରକାରଙ୍କ ଅପାରଗତାରୁ ୬୨ଜଣ ପ୍ରାଣ ହରାଇଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯିବାପରେ ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ତେବେ ବାତ୍ୟା ଓ ବର୍ଷା ପ୍ରଭାବିତ ଅଂଚଳରେ ରିଲିଫ ଏବଂ ପୁନର୍ବାସ କାର୍ଯ୍ୟ ଯେଉଁଭଳି ହେବା କଥା ତାହା କରାଯାଉନାହିଁ । ଏହା ତ୍ୱରାନ୍ୱିତ କରିବାକୁ ଶ୍ରୀ ପଟ୍ଟନାୟକ ମୁଖ୍ୟମବୀଙ୍କ ଠାରେ ଦାବି କରିଛନ୍ତି । ତାହାସହିତ ସଡକ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ସେତୁ ଆଦି ନଷ୍ଟ ହୋଇଯାଇଥିବା ଭିତିଭୂମି ଯୁଦ୍ଧକାଳୀନ ଭିତିରେ ସଜାଡିବାକୁ ସେ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ପିସିସି ସଭାପତି କହିଛନ୍ତି, ସାତକୋଶିଆରେ ବାନ୍ଧବଗଡରୁ ଆସିଥିବା ବାଘୁଣୀ ଜଣେ ମହିଳାଙ୍କୁ ମାରିବାପରେ ସେଠାରେ ଉତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ସ୍ଥାନୀୟ ଲୋକେ ବାଘୁଣୀକୁ ସେଠାରୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ । କିନ୍ତୁ ରାଜ୍ୟ ସରକାର ବାଘୁଣୀର ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କହି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ । ଏବେ ସେହି ନରଖାଦକ ବାଘୁଣୀ ପୁଣି ଜଣେ ଲୋକଙ୍କୁ ମାରିଦେଇଛି । ଏହାଦ୍ୱାରା ରାଜ୍ୟ ସରକାର ଜାଣିଶୁଣି ନିରୀହ ଲୋକଙ୍କ ଜୀବନ ନେଉଛନ୍ତି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ବାଘୁଣୀକୁ ଧରି ତୁରନ୍ତ ସେଠାରୁ ସ୍ଥାନାନ୍ତରକରିବା ଅଥବା ତାହାକୁ ପୁନ୧⁄୨ ଏନ୍କ୍ଲୋଜର ମଧ୍ୟରେ ରଖି ତାହାର ଆଚରଣ ଉପରେ ଦୃଷ୍ଟି ରଖିବାକୁ ସେ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ସହିତ ବାଘୁଣୀ ଆଉକିଛି ଅଘଟଣ ଘଟାଇବା ପୂର୍ବରୁ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି ।