ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଶଙ୍କୁରୁ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ଦୁଇଜଣଙ୍କ ରବିବାର ରାତ୍ରରେ ସ୍ୱାସ୍ଥ୍ୟ ଖରାପ ହେବା ଖବର ପାଇ ସଙ୍ଗେ ସଙ୍ଗେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମେଡିକାଲ ଟିମ ଶଙ୍କୁରୁ କେନ୍ଦ୍ରରେ ପହଁଞ୍ଚିଥିଲେ । ଜଣଙ୍କର ସାମାନ୍ୟ ଜ୍ୱର ଓ ଅନ୍ୟ ଜଣଙ୍କ ପେଟବ୍ୟଥା ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରି ଫେରିଥିଲେ । ଶଙ୍କୁରୁ ଓ ଚିଲିଖମା ଗ୍ରାମର ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆମାନେ ବ୍ୟାୟାମ କରିବା ସହ ବିଦ୍ୟାଳୟ ପରିବେଶ ପରିଷ୍କାର କରୁଥିବା ଦେକିବାକୁ ମିଳିଥିଲା । ପ୍ରବାସୀ ଓଡିଆମାନେ ଏହିକାମ କରିବା ବିଷୟରେ କହନ୍ତିଯେ ସେମାନେ ଶ୍ରମିକ । କେନ୍ଦ୍ରରେ ଦୁଇ ବେଳା ଖାଇ ବସି ବସି ବିରକ୍ତ ଲାଗୁଛି । କିଛି କାମକଲେ ଆମକୁ ଭଲ ଲାଗିବା ସହ ସ୍କୁଲ ପରିବେଶ ମଧ୍ୟ ସଫା ହୋଇପାରିଛି। ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରତିଦିନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀ ଓଡ଼ିଆମାନଙ୍କୁ ବ୍ୟାୟାମ ଶିକ୍ଷା ଓ ଯୋଗ ଶିକ୍ଷା ଦେଇଥାନ୍ତି । ସେହି ଦୁଇ କେନ୍ଦ୍ରରେ ନା ଅଛି ପ୍ରବାସୀ ଓଡ଼ିଆଙ୍କ ଅଭିଯୋଗ ନା ଅଛି ପରିଚାଳନା କରୁଥିବା କରୋନା ଯୋଦ୍ଧା ମାନଙ୍କ ବିରକ୍ତିର ଆଭାସ । ହସ ଖୁସିରେ ଏହି ଦୁଇ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡିଆ ରହିଥିବା ଜଣାପଡ଼ିଛି। ସେହିପରି କାନକୁଟୁରୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଉଁ ପ୍ରବାସୀ ଓଡ଼ିଆ ମାନେ ନୂତନ ଭାବେ ଆସି ରହୁଛନ୍ତି ସେମାନଙ୍କୁ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କିପରି ପ୍ରତିଦିନ ବାରମ୍ବାର ହାତ ସାବୁନ ଦ୍ୱାରା ଧୋଇବାକୁ ହେବ ସେହି ପ୍ରଣାଳୀକୁ ଶିକ୍ଷା ଦେଇଥିଲେ। ହାତ ସଫା, ସାମାଜିଦୂରତା,ଓ ମାସ୍କ ପିନ୍ଧିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା