ରାମକୃଷ୍ଣ ଆଶ୍ରମରେ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଆଲୋଚନାଚକ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ରାମକୃଷ୍ଣ ଆଶ୍ରମ ପରିସରରେ ଅବସ୍ଥାପିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କୋଲକତାସ୍ଥିତ ରାମକୃଷ୍ଣ ଆଶ୍ରମ ଟ୍ରଷ୍ଟର ଅଧ୍ୟକ୍ଷ ଡ. ବିଧାନ ବିଧାନ ଭୂନିଆଁ, ଉପାଧ୍ୟକ୍ଷ ସୁବାଶିଷ କରନ, ଅରୁପ ଶକ୍ତି ମାଇତି, ସାଂପାଦକ ବିନେନ୍ଦୁ ଦାସ, ଉତ୍ପଳ ମାଇତି ପ୍ରମୁଖ ଯୋଗଦେଇ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ଜଳେଶ୍ୱରସ୍ଥିତ ସେକସରାଇସ୍ଥିତ ଏହି ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ଦାସଙ୍କ ଅବର୍ତ୍ତମାନରେ ଏହି ଆଲୋଚନାଚକ୍ରକୁ ଗୁରୁତ୍ୱ ଦିଆଯାଇଛି । ଆଶ୍ରମ ପରିସରରେ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସୁସ୍ଥ ପରିବେଶରେ ଶିକ୍ଷାଦାନ ଦେଇ ଆସୁଥିବାରୁ ଆଜିର ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଏହାକୁ ବିଡିଓ ପୁନମ୍ ରାଉତ ଉଦ୍‌ଘାଟନ କରିଥିବା ବେଳେ ସୁକୁମାର ରଣା ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ , ବ୍ଳକ ଅଧ୍ୟକ୍ଷ ମାନସ ଜେନା, ଉପାଧ୍ୟକ୍ଷା ସଂଜିତା ସେନାପତି, ସରପଂଚ ଅରୁଣ ସେନାପତି, ସମିତି ସଦସ୍ୟା ସସ୍ମିତା ଦାସ, ପ୍ରଫେସର ଶ୍ୟାମାଚରଣ ଦାସ, ନବକୁମାର ଦାସ, ମୃତ୍ୟଞ୍ଜୟ ଦାସ, ଲେଲିନ୍ ପ୍ରଧାନ, ମଧୁସୂଦନ ସେନାପତି, ଡ. ଅଜିତ୍ କୁମାର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟ ଓ ଆଶ୍ରମକୁ କୋଲକତା ଆଶ୍ରମର ପରିଚାଳନା ଦାହିତ୍ୱ ହାତକୁ ନେବାଲାଗି ବିଭିନ୍ନ ମହଲରୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା