

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ତରଫରୁ ବ୍ରହ୍ମପୁର, ଆମ୍ଭପୁଆ ଆୟକର ବିଭାଗ ନିକଟସ୍ଥ ରାମକୃଷ୍ଣ ସାରଦା ଆଶ୍ରମ ପରିସରରେ ଗୀତା ଜୟନ୍ତୀ ପାଳନ ଅବସରରେ ୭ ଶହ ଶ୍ଲୋକ ସାମୁହିକ ଆବୃତ୍ତି କରାଯାଇଛି । ଏଥିରେ ଫୋୖଣ୍ଡସନର ଉପସଭାପତି ସଂଯୁକ୍ତା ଦାସ, ରଶ୍ମିରେଖା ଦାସ, ସମ୍ପାଦକ ଇଆର. ସବ୍ୟସାଚୀ ଦାସ, ଜଗନ୍ନାଥ ପ୍ରାସାଦ ବାଁଜ଼ରଂଗ ବାଲିବ ମଠ ମହନ୍ତ, ପରିଚାଳନାର ସହଯୋଗ କରିଥିଲେ । ପଦ୍ମ ଚରଣ ଦାସ ଅତିଥି ପରିଚୟ ଓ ପରାୟଣ ପରିଚାଳନା କରିଥିଲେ । ୨୮ ବାର ଆଳତି ସହିତ ପ୍ରସାଦ ସେବା, ପୁରୀ ଆଶ୍ରମ ତରଫରୁ ଶୀତ ବସ୍ତ୍ର, କମଳ ବଣ୍ଟନ କରାଯାଇଥିଲା । ଏଥିରେ ଅଜିତ କୁମାର ମହାପାତ୍ର, ଚିତ୍ତରଞ୍ଜନ ପାଢ଼ୀ, ଡ. ଦେବେନ୍ଦ୍ର ଦାଶ, ସମ୍ପାଦକ ପଦ୍ମ ଚରଣ ସାହୁ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
