

ଢେଙ୍କାନାଳ (ସମୃଦ୍ଧ ଓଡିଶା) ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ(ତାଳବରକୋଟ)ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଶତପଥିଙ୍କ ସଭାପତିତ୍ୱରେ ଗୁରୁ ଦିବସ ଅତି ଉତ୍ସାହର ସହିତ ପାଳିତ କରାଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବିଭିନ୍ନ ଗୁରୁ ବନ୍ଦନା ଗାନ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଶିକ୍ଷକ ଜ୍ଞାନତପସ୍ଵି ଓ ବୌଦ୍ଧିକ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ଡ଼କ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ପୁରାତନକାଳରେ ଗୁରୁଶିଷ୍ୟ ପରମ୍ପରାକୁ ବର୍ତ୍ତମାନ ଜାଗ୍ରତ କରିବା ପାଇଁ ଏହି ଦିବସର ଗୁରୁତ୍ୱ ଓ ସୁଦୂର ପ୍ରସାରି ପ୍ରଭାବ ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀ ମତବ୍ୟକ୍ତ କରିଥିଲେ । ଇତ୍ୟବସରରେ ପିଲାମାନଙ୍କୁ ନିଜ ପରିବେଶର ସ୍ୱଚ୍ଛତା ରକ୍ଷା କରିବାର ବିଭିନ୍ନ କୌଶଳ ସମ୍ପର୍କରେ ବୁଝାଯାଇଥିଲା ।ପରିଶେଷରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପ୍ରମାଣ କରି ତାଙ୍କର ଶୁଭାଶିଷ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି