ଜଳେଶ୍ୱର (ସମୃଦ୍ଧ ଓଡିଶା) ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ସ୍ଥାପିତ ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିବର୍ଷ ରାମାନୁଜମ୍ ଗଣିତ ମେଧାବୃତି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମଗ୍ର ବ୍ଲକ ଅଂଚଳରୁ ୭୦୯ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ଆଜି ବୁଧବାର ଜଳେଶ୍ୱର ବ୍ଲକ ସ୍ଥିତ ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ପରିଚାଳିତ ରାମାନୁଜମ୍ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପଦକ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସନ୍ତୀ ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ରବିନାରାୟଣ ପାତ୍ର ଉପସ୍ଥିତ ରହି ୧୨ଜଣ କୃତି ଛାତ୍ରଛାତ୍ରୀଙ୍କୁ ସାଟିଫିକେଟ୍, ମେଡେଲ ଓ ଉପଢୌକନ ପ୍ରଦାନ କରିଥିଲେ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆଗ୍ରହ ପରିଲକ୍ଷିତ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା